108

‘ମୁଁ ଚେତାଇଥିଲି ସେମାନେ ହସରେ ଉଡାଇଦେଲେ’ ଆଉ ଏବେ- ରାହୁଲ୍

ନୂଆଦିଲ୍ଲୀ୨/୫: ଦେଶର କରୋନା ସ୍ଥିତି କେନ୍ଦ୍ର ସରକାରଙ୍କୁ ସିଧାସଳଖ ଦାୟୀ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ସେ କହିଛନ୍ତି ମୁଁ ଆଗରୁ ଚେତାଇଥିଲି କିନ୍ତୁ ମୋ କଥା କେହି ଶୁଣିନଥିଲେ । ଏପରିକି ବୈଜ୍ଞାନିକଙ୍କ କଥା ବି ମାନିନଥିଲେ । ଏବେ ପରିସ୍ଥିତି ବିଗିଡିବା ପାଇଁ କେନ୍ଦ୍ର ହିଁ ଦାୟୀ । ଗୋଟିଏ ଗଣମାଧ୍ୟମରେ ସାକ୍ଷାତକାର ସମୟରେ ଏପରି କହିଛନ୍ତି କଂଗ୍ରେସ ଯୁବରାଜ । ରାହୁଲ କହିଛନ୍ତି ଭାରତର ମହାମାରୀ ପରିସ୍ଥିତି ସାରା ଦେଶକୁ ଦୋହଲାଇ ରଖିଦେଇଛି । ଏପରିକି କେଉଁଠି ଅକ୍ସିଜେନ ଅଭାବରୁ ଜୀବନ ଯାଉଛି ଆଉ କେଉଁଠି ଶବ ଦାହ ପାଇଁ ଲମ୍ୱା ଲାଇନ ଲାଗୁଛି । ଏପରି ସ୍ଥିତିରେ ଯାହି ବି ଚେତାବନୀ ଦିଆଯାଇଛି କେନ୍ଦ୍ର ସେସବୁକୁ ନଜର ଅନ୍ଦାଜ କରିଛି । ଆଗକୁ ବି ପରିସ୍ଥିତି ଭୟଙ୍କର ହେବାକୁ ଯାଉଛି ଏଥିରେ ସନ୍ଦେହ ନାହିଁ । ଆହୁରି ସେ କହିଛନ୍ତି ଆମ ଦେଶର କରୋନା ମୁକାବିଲା କ୍ଷେତ୍ରରେ ପଛରେ ରହିଯାଇଛି । ଆମର ସବୁକିଛି ଅଭାବ ରହିଛି । ହସ୍ପିଟାଲରେ ଦାବି ମୁତାବକ୍ ଅକ୍ସିଜେନ ଉପଲବ୍ଧ ହେଉନି । ଡାକ୍ତରମାନେ ବାରମ୍ୱାର ମାଗୁଥିଲେ ବି ଯୋଗାଇ ପାରୁନାହାନ୍ତି କେନ୍ଦ୍ର ସରକାର ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!