41

ରାଜ୍ୟରେ ଆଜିଠାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ

ଭୁବନେଶ୍ୱର, ୩ା୫ : ରାଜ୍ୟରେ ଆଜିଠାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ୧୮ରୁ ୪୪ ବୟସ ବର୍ଗଙ୍କ ପାଇଁ ଭୁବନେଶ୍ୱରରେ ଆଜି ଟିକାକରଣ ଜାରି ରହିଛି । ପୂର୍ବରୁ ଆରୋଗ୍ୟ ସେତୁ ଆପ୍, ଉମଙ୍ଗ ଆପ୍ ଓ କୋୱିନ୍ ଜରିଆରେ ପଞ୍ଜୀକରଣ ହୋଇଥିବା ଲୋକଙ୍କୁ ସ୍ଲଟ୍ ମିଳିଛି । ସକାଳ ୮ଟାରୁ ଦିନ ୧ଟା ମଧ୍ୟରେ ୧୮ରୁ ୪୪ ବୟସ ବର୍ଗ ଟିକା ନେଇପାରିବେ । ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ଯାଏ ୪୫ ବର୍ଷରୁ ଅଧିକ ବର୍ଷୀୟଙ୍କୁ ଟିକା ଦିଆଯିବ । ଆସନ୍ତା ଜୁନ କିମ୍ବା ଜୁଲାଇ ମାସ ସୁଦ୍ଧା ଏହି ବର୍ଗର ସମସ୍ତଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦେବାର ଯୋଜନା ରହିଛି । ତେବେ ଭୁବନେଶ୍ୱର ମହାନଗର ନିଗମକୁ ଛାଡ଼ି ଅନ୍ୟ କେଉଁ ଅଞ୍ଚଳରେ ଯୁବବର୍ଗଙ୍କ ଟିକାକରଣ ହେବ, ସେନେଇ କୌଣସି ସୂଚନା ଦିଆଯାଇ ନାହିଁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!