41

ସ୍ଥାନୀୟ ଆବାସିକ ପ୍ରମାଣ ନ ଥିଲେ ମଧ୍ୟ କୌଣିସ ରୋଗୀଙ୍କୁ ଚିକିତ୍ସା ଓ ଔଷଧପତ୍ରରୁ ବଞ୍ଚିତ କରାଯିବ ନାହିଁ :ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ,୦୩।୦୫ :  ସ୍ଥାନୀୟ ଆବାସ ପ୍ରମାଣପତ୍ର ନ ଥିଲେ କୋଭିଡ-୧୯ ରୋଗୀଙ୍କୁ ଡାକ୍ତରଖାନାରେ ଚିକିତ୍ସା ଏବଂ ଅତ୍ୟାବଶ୍ୟକ ଔଷଧ ଦେବା ପାଇଁ ବାରଣ କରାଯାଇ ପାରିବ ନାହିଁ ,ସୁପ୍ରିମକୋର୍ଟ କହିଛନ୍ତି। ଏହା ସହିତ ୨ ସପ୍ତାହ ମଧ୍ୟରେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଏକ ଜାତୀୟ ନୀତି ପ୍ରସ୍ତୁତ କରି ଦାଖଲ କରିବା ଲଗି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼, ବିଚାରପତି ଏଲ. ନାଗେଶ୍ଵର ରାଓ ଏବଂ ବିଚାରପତି ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି।ଦେଶର ବିଭିନ୍ନ ସ୍ଥାନରେ ବାହାର ରାଜ୍ୟର ତଥା ଦେଶର ଲୋକ ରହୁଛନ୍ତି। କରୋନା ସମୟରେ ସେମାନେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଗଲେ କର୍ତ୍ତୃପକ୍ଷ ଆବାସ ପ୍ରମାଣପତ୍ର କିମ୍ବା ପରିଚୟପତ୍ର ମାଗୁଛନ୍ତି। ଯେଉଁଥିପାଇଁ ସେମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆବାସ ପ୍ରମାଣପତ୍ର ଏବଂ ପରିଚୟପତ୍ର ପାଇଁ କୌଣସି ରୋଗୀଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ମନା କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!