54

ଲସି ପିଇ ଶହେରୁ ଉର୍ଦ୍ଧ ମେଡିକାଲରେ ଭର୍ତ୍ତି

(୧)- ଜଣେ ନା ବାଳିକାର ମୃତ୍ୟୁ।

(୨)- ଗୁରୁତ୍ତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର।

ମାଲକାନଗିରି, ଶ୍ରୀନିବାସ ପଣ୍ଡା/ଭିକି ବାରିକ ୩/୫/୨୧- ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କୁର୍ତ୍ତି ଗ୍ରାମର ଶହେରୁ ଉର୍ଦ୍ଧ ହାଟୋଇ ହାଟରୁ ଦହି ପ୍ରସ୍ତୁତ ଲସି ପିଇ ଗୁରୁତ୍ତର ଅସୁସ୍ଥ ହେଇ ପଡିଆ ଗୋଷ୍ଠିକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ, ଜଣେ ନାବାଳିକା। ମୃତ୍ୟୁବରଣ କରିଛି। ମୃତ ନାବାଳିକା ଜଣକ ସିମିଳି ବାଞ୍ଛା ଗ୍ରାମର ମାଡକାମୀ ମନିକା। ଏଭଳି ଆକ୍ରାନ୍ତ ହେବା ଖବର ପାଇ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଗାଁ ଗାଁ ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ବେଳେ ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡି ସହାୟତାରେ ପ୍ରାୟ ଶହେରୁ ଉର୍ଦ୍ଧ ଲୋକଙ୍କୁ ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ଯ କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଉଛି। ମେଡିକାଲରେ ବେଡ୍ ଅଭାବ ଥିବାରୁ କିଛି ଲୋକଙ୍କୁ କୁର୍ତ୍ତୀ ପ୍ରାଥମିକ ବିଦ୍ୟାଳୟ ଓ ପଡିଆ ସ୍ଥିତ ଏସ୍ଏସଡି ସ୍କୁଲରେ ରଖି ଚିକିତ୍ସା କରାଯାଉଛି। ଖବର ପାଇ ପୋଲିସ ଏକ ମୃତ୍ୟୁ ମାମଲା ରୁଜୁ କରି ଥିବା ଜଣାପଡ଼ିଛି। ଏଥିସହ ଏହି ଗ୍ରାମରେ ପହଞ୍ଚି ଶବ ଜବତ କରି ବ୍ଯବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସୂଚନା ମୁତାବକ ଗତକାଲି କୁର୍ତ୍ତୀ ଗ୍ରାମରେ ସାପ୍ତାହିକ ହାଟ ହୋଇଥିଲା। ଏହି ହାଟରେ କୁର୍ତ୍ତୀ, ଟାଙ୍ଗରକୋଣ୍ଡା, ପେଦାଗୁଡା, ଏମପିଭି ୬୮, ଏମଭି ୧୧୦ ଆଦି ଗ୍ରାମର ଶତାଧିକ ଲୋକ ଆସିଥିଲେ। ପ୍ରବଳ ଗରମ ଅନୁଭୂତ ହେଉଥିବାରୁ ହାଟରେ ଥିବା ଦୁଇଟି ଲସି ଦୋକାନରୁ ଶତାଧିକ ଲୋକ, କୁନିକୁନି ପିଲା ଏବଂ ମହିଳା ମାନେ ଲସି ପିଇଥିଲେ। ଏହାର ୪ ରୁ ୫ ଘଣ୍ଟା ପରେ ଲୋକଙ୍କ ପେଟ ବ୍ୟଥା, ଝାଡ଼ା, ବାନ୍ତି ଓ ମୁଣ୍ଡ ବ୍ୟଥା ହୋଇଥିଲା। ତେବେ ଏହାକୁ ସାମାନ୍ୟ ଭାବି ସମସ୍ତେ ସକାଳେ ମେଡିକାଲ ଯିବାକୁ ମନସ୍ତ କରିଥିଲେ। ସକାଳେ ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡିବାରୁ ସ୍ଥାନୀୟ ଲୋକଙ୍କ ମନରେ ବିପଦର ଆଶଙ୍କା ସୃଷ୍ଟି ହେବା ସହ ପଡିଆ ମେଡିକାଲ ଓ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ। ଏହାପରେ ଖବର ପାଇ ପଡିଆ ମେଡିକାଲ ପକ୍ଷରୁ ଲୋକଙ୍କୁ ଅଗ୍ନିଶମ ବିଭାଗର ସହଯୋଗ କ୍ରମେ ପ୍ରଥମେ ପ୍ରାୟ ଶହେ ଜଣଙ୍କୁ ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ଯ କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଇଥିଲା। ଏଥିସହ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ପଠାଯାଇ ସ୍ୱାସ୍ଥ୍ୟ ପରୀକ୍ଷା ସହ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ଏତେ ସଂଖ୍ୟକ ଲୋକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଡମିଟ ହେବା ଯୋଗୁଁ ପ୍ରଶାସନର ସହମତି କ୍ରମେ ସାଧାରଣ ରୋଗୀଙ୍କୁ କୁର୍ତ୍ତୀ ପ୍ରାଥମିକ ବିଦ୍ୟାଳୟ ଓ ପଡିଆ ଏସଏସଡି ଉଚ୍ଚ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରି ଚିକିତ୍ସା କରାଯାଇଥିଲା। ଏଥିସହ ସ୍ଥିତି କୁ ଆୟତ୍ତ କରିବା ପାଇଁ ମାଲକାନଗିରି ଜିଲ୍ଲାପାଳ ୟେଦୁଲା ବିଜୟ କୁମାର ଓ ମାଲକାନଗିରି ସିଡିଏମଓ ପଡିଆ ପହଞ୍ଚି ସ୍ଥିତି ସମୀକ୍ଷା କରି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଅତିରିକ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରିଥିଲେ। ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ସ୍ରୁଷ୍ଟି କରିଥିବା ବେଳେ ମାଲକାନଗିରି ବିଧାୟକ ଆଦିତ୍ୟ ମାଡି, ସ୍ଵତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ମାନସ କୁମାର ମାଡକାମି, ପଡିଆ ବ୍ଳକ ଅଧ୍ୟକ୍ଷ ଦେବା ମାଡକାମି, ବରିଷ୍ଠ ବିଜେଡି କର୍ମୀ ନାକା ନୁକାଲ ରାଜୁ, ସାଂସଦ ପ୍ରତିନିଧି ସିଏଚ ରାବିଡ଼ କୁମାର, ବିଧାୟକ ପ୍ରତିନିଧି କୋଟାମ ବାଲାୟା ଓ ସ୍ଥାନୀୟ ସରପଞ୍ଚ ଘଟଣା ସ୍ଥଳରେ ଉପସ୍ଥିତ ହେଇ ଲୋକଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଅନ୍ୟପଟେ ଏହି ସାପ୍ତାହିକ ହାଟରେ ବିକ୍ରି କରୁଥିବା ଲସି ବେପାରୀଙ୍କ ସମ୍ପର୍କରେ ପୋଲିସ ପଚରାଉଚରା କରିବା ସହ ଏଭଳି ଘଟଣା କେମିତି ଓ କିଭଳି ହେଲା ସେ ନେଇ ତନାଘନା କରିଛନ୍ତି। ସାପ୍ତାହିକ ହାଟ ଗୁଡିକରେ ଏଭଳି ଲସି ଦୋକାନ ମାଳମାଳ ଦେଖିବାକୁ ମିଳୁଥିବା ବେଳେ ଏହି ଦୋକାନୀଙ୍କ ମାନ ଯାଞ୍ଚ କରାଯାଉନାହିଁ, ଯାହାଫଳରେ ଏଭଲି ଚିତ୍ର ଦେଖିବାକୁ ମିଳିଥିବା ସାଧାରଣାରେ କୁହାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!