41

କାଠରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରାମ ମନ୍ଦିର, ଦିଲୀପ ମହାରଣାଙ୍କୁ ଏସିଆନ୍ ଗ୍ରାଣ୍ଡ ମାଷ୍ଟର

ବ୍ରହ୍ମପୁର-୪/୦୫(ମନୋଜ କୁମାର ପାତ୍ର):ବ୍ରହ୍ମପୁର ସହରର ସାନ ରେଡିକା ସାହି ନିବାସୀ ଭଗବାନ ମହାରଣାଙ୍କର ସାନପୁଅ ଦିଲୀପ ମହାରଣା ମାତ୍ର ୮ବର୍ଷ ବୟଷରେ ଏସିଆ ବୁକ ଅଫ ରେକର୍ଡ୍ସରେ ଗ୍ରାଣ୍ଡ ମାଷ୍ଟର ଉପାଧି ପାଇଛନ୍ତି। ତେବେ ଚଳିତ ବର୍ଷ ଶ୍ରୀରାମ ନବମୀ ଅବସରରେ ଦିଲୀପ ତାଙ୍କ ମାମୁଁ ସନ୍ୟାସୀ ମହାରଣା ଏବଂ ବଡ଼ଭାଇ ମନୋଜ ମହାରଣାଙ୍କ ଠାରୁ ପ୍ରେରଣା ପାଇ କାଠରେ ଏକ ରାମ ମନ୍ଦିରର ଅବିକଳ ପ୍ରତିକୃତି ତିଆରି କରିଥିଲେ।ତେବେ କାଠରେ ତିଆରି କରାଯାଇଥିବା ଏହି ରାମ ମନ୍ଦିର ଅନେକ ପ୍ରଶଂସା ସାଉଁଟିଥିଲା।କାଠରେ ତିଆରି ରାମ ମନ୍ଦିରଟି ୩ଇଞ୍ଚ ଉଚ୍ଚତା ଏବଂ ୫ଇଞ୍ଚ ଲମ୍ବା ହୋଇଥିବା ସହ ଏହା ଅବିକଳ ଅଯୋଧ୍ୟାର ରାମ ମନ୍ଦିରର ଅବିକଳ ନକଲ। ଆଜି ଦିଲୀପଙ୍କର କଳା ଦୁଇ ଦୁଇ ଥର ବିଶ୍ୱ ସ୍ତରରେ ଏବଂ ଜାତୀୟ ସ୍ତରରେ ଇଣ୍ଡିଆ ବୁକ ଏବଂ ଏସିଆ ବୁକ ଅଫ ରେକର୍ଡ଼ରେ ଗ୍ରାଣ୍ଡ ମାଷ୍ଟର ଉପାଧି ପାଇବା ବ୍ରହ୍ମପୁର ମାଟି ପାଇଁ ଗୌରବ ଆଣିଛନ୍ତି। ଦିଲୀପଙ୍କ ଏଭଳି କଳାକୃତି ପାଇଁ ଅଞ୍ଚଳବାସୀ ବହୁତ ଖୁସି ଥିବା ସହ ଆଗାମୀ ଦିନ ମାନଙ୍କରେ ପୁଣି ଏଭଳି କଳାକୃତି କରିକି ଦିଲୀପ ବ୍ରହ୍ମପୁର ପାଇଁ ଗୌରବ ଆଣିବେ ବୋଲି ଆଶା ପ୍ରକଟ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!