58

ତିନି ବିଷାକ୍ତ ଲସି ବିକାଳୀ ଗିରଫ, ଆଜି ସୁଦ୍ଧା ଜଣଙ୍କ ମୃତ୍ୟୁ

ମାଲକାନଗିରି, ୪/୫( ଶ୍ରୀନିବାସ ପଣ୍ଡା) – ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କୁର୍ତ୍ତୀ ସାପ୍ତାହିକ ହାଟରୁ ବିଶାକ୍ତ ଲସି ପିଇ ଶତାଧିକ ଗୁରୁତର ହୋଇଥିବା ଘଟଣା ବିଷୟରେ ଆମେ ଗତ ଦୁଇ ଦିନ ଧରି ପ୍ରକାଶ କରୁଛୁ। ଗତକାଲି ସିମିଳି ବାଞ୍ଛା ଗ୍ରାମର ମାଡକାମୀ ମଲ୍ଲିକା (ବାର ବର୍ଷ)ଙ୍କ ମୃତ୍ୟୁ ହେଇଥିବା ବେଳେ, ଆକ୍ସନ ମୋଡରେ ଆସିଛି ପୋଲିସ। ସେଦିନ କୁର୍ତ୍ତୀ ସାପ୍ତାହିକ ହାଟରେ ଲସି ବିକ୍ରି କରିଥିବା ଦୁଇ ଜଣ ବ୍ୟବସାୟୀ ବାପ ପୁଅ ସହ ଅନ୍ୟ ଜଣକୁ ପୋଲିସ ଗିରଫ କରିଛି। MPV – 70 ଗ୍ରାମର ତାରକ ମଣ୍ଡଳ, ଶୁକଦେବ ପୋଦ୍ଦାର ଏବଂ ଏମ.ଭି.୭୯ ର ସାମଲ ପୋଦାରକୁ ପଡିଆ ଥାନା ପୋଲିସ ଗିରଫ କରିବାକୁ ସକ୍ଷମ ହେଇଛି। ଏମାନେ ଲସି ତିଆରି କରିବା ସମୟରେ ମାଛ ପେଡିର ବରଫ ସହ ପଚ୍ଚା କଦଳି ଓ ଅନେକ ଦିନ ତଳର ପୁରୁଣା ଦହି ଏବଂ ଆନ୍ଧ୍ରପ୍ରଦେଶରୁ ଆସିଥିବା କିଛି କ୍ଷୀର ପେକେଟ ବ୍ୟବହାର କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ଗିରଫ ପରେ ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!