49

ଚିଙ୍ଗୁଡ଼ି ଘେରି ଆଲୋକମାଳାରେ ଝଲସିଉଠୁଛି, ଗରମରେ ସଢ଼ୁଛନ୍ତି ଗ୍ରାହକ 

କେବେ ହେବ ଆୟତନ ସବ୍‍ଷ୍ଟେସନ କାର୍ଯ୍ୟକ୍ଷମ

ରାଜକନିକା,୪ ।୫: ରାଜକନିକା ବ୍ଲକ୍ ନହୁଲିଆ ଠାରେ ୪ କୋଟି ଟଙ୍କା ବ୍ୟୟବରାଦ କରାଯାଇ ପୂର୍ବ କନିକାକୁ ବିଦ୍ୟୁତ୍ ଯୋଗାଣ କରିବାକୁ ନେଇ ୨୦୧୪ ମସିହାରେ ଆୟତନ ସବ୍ ଷ୍ଟେସନ ନିର୍ମାଣ କରାଯାଇଥିଲା । ହେଲେ ଆଳି ବିଧାୟକଙ୍କ ଆନ୍ତରିକତା ଅଭାବରୁ ଏହାର କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଉଦ୍‌ଘାଟନ ହୋଇପାରୁ ନାହିଁ କି ଲୋକମାନଙ୍କ କାମରେ ଆସିପାରୁ ନାହିଁ ବୋଲି ଅଭିଯୋଗ ହେଉଛି । ଏହି ସବ୍ ଷ୍ଟେସନ କାର୍ଯ୍ୟ ଗତ ତିନି ବର୍ଷ ହେବ ସରିଥିଲେ ମଧ୍ୟ ତାହାକୁ କାହିଁକି ଉଦ୍‌ଘାଟନ କରାଯାଉନାହିଁ ବୋଲି ପ୍ରଶ୍ନକରିଛନ୍ତି ଆଳିର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ଦୋଳଗୋବିନ୍ଦ ନାୟକ । ଶ୍ରୀନାୟକ ଏକ ପ୍ରେସ୍‌ବିବୃତିରେ କହିଛନ୍ତିଯେ, ରାଜକନିକାର କୌଣସି ଉନ୍ନୟନ କରିବାରେ ବିଧାୟକ ଚାହୁଁନାହାନ୍ତି । ଏମିତିକି କାର୍ଯ୍ୟ ସରିଥିଲେ ମଧ୍ୟ ତାହାକୁ ଉଦ୍‌ଘାଟନ କରାଯାଇପାରୁ ନାହିଁ । ରାଜକନିକାରେ ବହୁ କାର୍ଯ୍ୟ ପଡ଼ିରହିଛି ବୋଲି ଅଭିଯୋଗ କରିଛନ୍ତି । ତୁରନ୍ତ ଏହି ସବ୍ ଷ୍ଟେସନ୍‌କୁ କାର୍ଯ୍ୟକ୍ଷମ କରିବାକୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ରାଜକନିକା ବ୍ଲକ୍ ଅନ୍ତର୍ଗତ ଗିରୀଆ ଫିଡ଼ରରେ ରହିଥିବା ୨୦ ହଜାର ଲୋକେ ଗରମରେ ସଢ଼ୁଥିବା ବେଳେ ବିଳମ୍ବିତ ରାତିରେ ପ୍ରତିଦିନ ବିଦ୍ୟୁତ୍‍ କାଟ କରାଯାଇଛି । ହେଲେ ଏଭଳି ପରିସ୍ଥିତିରେ ସାଧାରଣ ଲୋକମାନଙ୍କୁ ସଠିକ ବିଦ୍ୟୁତ୍ ଯୋଗାଇବାରେ ବିଫଳ ରହୁଥିବା ବେଳେ ମୋଟା ଅଙ୍କର ହାତଗୁଞ୍ଜା ନେଇ ଚିଙ୍ଗୁଡ଼ି ଘେରିକୁ ବେନିୟମ ଭାବେ ବିଦ୍ୟୁତ୍ ଯୋଗାଇ ଦେଉଛନ୍ତି । ସମସ୍ତ ନୀତି ନିୟମକୁ ବଳି ପକାଇବାକୁ ବିଭାଗୀୟ କର୍ମଚାରୀମାନେ ପଛଘୁଞ୍ଚା ଦେଉ ନଥିବାର ଅଭିଯୋଗ ହେଉଛି । ଏହି ଘଟଣାର ପ୍ରତିବାଦ କରି ଗିରୀଆ ଫିଡ଼ର ଅନ୍ତର୍ଗତ ଶତାଧିକ ଗ୍ରାହକମାନେ କେନ୍ଦ୍ରାପଡ଼ା ଜିଲାପାଳଙ୍କୁ ପ୍ରତିବାଦ ଜଣାଇଛନ୍ତିି । ଏହି ଫିଡ଼ର ଅନ୍ତର୍ଗତ ଅଞ୍ଚଳରେ ରାତ୍ର ସମୟରେ ବାରମ୍ବାର ବିଦ୍ୟୁତ୍‍ କାଟ କରାଯାଉଛି । ଏବେ ପ୍ରବଳ ଗରମ ଗୁଳୁଗୁଳି ଲାଗିରହିଥିବା ବେଳେ ପ୍ରତିଦିନ ୮ ଘଣ୍ଟା ଅଘୋଷିତ ବିଦ୍ୟୁତ୍‍ କାଟ କରାଯାଉଛି । ହେଲେ ନହୁଲିଆ ଠାରେ ଗତ ତିନି ବର୍ଷ ଧରି ଆୟତନ ସବ୍‍ଷ୍ଟେସନ୍‍ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନଙ୍କ ଅବହେଳାରୁ ତାହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ଏମିତିକି ଆକାଶରେ ମେଘ ଓ ଗଛର ପତ୍ରଟିଏ ଦୋହଲିଲେ ଏହି ବ୍ଳକ୍‍ରେ ବିଦ୍ୟୁତ୍‍ ସେବା ବନ୍ଦ ହୋଇଯାଏ । ଦୀର୍ଘ ୩୫ ବର୍ଷ ତଳେ ରାଜକନିକା ଅଞ୍ଚଳରେ କାର୍ଯ୍ୟକ୍ଷମ ହୋଇଥିବା ବିଦ୍ୟୁତ୍‍ ସେବା ଆରମ୍ଭରୁ ରହିଥିବା ବିଦ୍ୟୁତ୍‍ ଖୁଣ୍ଟ, ତାର ଓ ଟ୍ରାନ୍ସଫରମରକୁ ବଦଳାଯାଇପାରୁ ନାହିଁ । କେତେ ବେଳେ ତାର ଛିଣ୍ଡିପଡ଼ୁଛି ତ ଆଉ କେବେ କେବେ ବିଦ୍ୟୁତ୍‍ ଖୁଣ୍ଟ ଓହଳି ସେବା ବନ୍ଦ ହୋଇଯାଇଛି । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବିଦ୍ୟୁତ୍‍ ସବ୍‍ଷ୍ଟେସନ୍‍ କାର୍ଯ୍ୟକ୍ଷମ କରାଇବା ପାଇଁ ଉଚ୍ଚ ଅଧିକାରୀମାନେ କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି । ଯେଉଁ କାରଣରୁ ପ୍ରବଳ ଗରମ ସମୟରେ ତାହା ଲୋକମାନଙ୍କ କାମରେ ଆସିପାରୁ ନାହିଁ । ରାତିରେ ଚିଙ୍ଗୁଡ଼ିଘେରି ଅଞ୍ଚଳରେ ଆଲୋକମାଳାରେ ଝଲସିଉଠୁଥିବା ବେଳେ ସାଧାରଣ ଗ୍ରାହକମାନେ ଗରମରେ ସଢ଼ୁଛନ୍ତି । ଏ ଘଟଣା ସଂପର୍କରେ କନିଷ୍ଠ ଯନ୍ତ୍ରୀ ଏବଂ ଏସ୍‍ଡ଼ିଓଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସେମାନେ ନୀରବଦ୍ରଷ୍ଟା ସାଜିଥିବାର ଗ୍ରାହକମାନେ କହିଛନ୍ତି । ତୁରନ୍ତ ଏହି ଘଟଣାର ସମାଧାନ କରାନଗଲେ ଗ୍ରାହକମାନେ ରାଜକନିକା କାର୍ଯ୍ୟାଳୟ ଆଗରେ ଆନ୍ଦେରଳନ କରିବା ନେଇ ଚେତାବନୀ ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!