36

ଅଭିଯୋଗ ଆଣିବାକୁ ଘରକୁ ଯିବ ପୋଲିସ, ବାହାନା କରି ବାହାରେ ବୁଲିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର ୦୪/୦୫ : ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ଆରମ୍ଭ ହେଉଛି ଲକ୍‌ଡାଉନ୍‌ । ୧୪ ଦିନିଆ ଲକ୍‌ଡାଉନ୍‌ ମେ ୧୯ ତାରିଖ ଯାଏଁ ବଳବତ୍ତର ରହିବ । ଏହାକୁ ନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି । ଅମାନିଆଙ୍କ ଉପରେ ସ୍ବତନ୍ତ୍ର ଭାବେ ନଜର ରଖାଯିବ । ମେଡିସିନ୍‌ ଆଣିବାକୁ କହି ମିଛ ବିଲ୍‌ ଦେଖାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯି ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ।ଏହା ସହିତ ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । କୌଣସି ଅଭିଯୋଗ ଥିଲେ ଅଜଥା ଥାନାକୁ ନଆସିବାକୁ ଲୋକମାନଙ୍କୁ ଅପିଲ କରାଯାଇଛି । କୌଣସି ଅଭିଯୋଗ ଥିଲେ ୧୦୦ ନମ୍ବରକୁ ଡାଏଲ କରିଲେ ପୋଲିସ ଘରକୁ ଯାଇ ଅଭିଯୋଗପତ୍ର ଆଣିବ । କୌଣସି ଅସୁବିଧା କିମ୍ବା ଅଘଟଣ ପାଇଁ ଥାନାକୁ ଫୋନ କରନ୍ତୁ । ପୋଲିସ ଘରକୁ ଯାଇ ସମାଧାନ କରିବ ଏବଂ ଅଭିଯୋଗ ଗ୍ରହଣ କରିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!