40

ଆନ୍ଧ୍ରରୁ ଆସିଲେ ୧୪ଦିନିଆ କ୍ୱାରେଣ୍ଟାଇନ୍‌

ରାୟଗଡା ୦୫।୦୫: ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ ପରେ ଏବେ ଓଡ଼ିଶାକୁ ଆନ୍ଧ୍ର ଷ୍ଟ୍ରେନ୍ ଭୟ ।  କରୋନାର ଏହି ଘାତକ ରୂପ ଏତେ ସାଂଘାତିକ ଯେ ଅନ୍ୟ ଷ୍ଟ୍ରେନଠାରୁ ୧୫ ଗୁଣା ଅଧିକ ସଂକ୍ରମିତ କରୁଛି । ଖୁବ ଦ୍ରୁତ ଗତିରେ ଏହା ମଣିଷ ଶରୀରକୁ ଆକ୍ରାନ୍ତ କରୁଛି । ଏମିତିକି ୩-୪ ଦିନ ଭିତରେ ସଂକ୍ରମିତ ରୋଗୀଙ୍କ ଗୁରୁତର କରିଦେଉଛି । ଯାହାକୁ ନେଇ ଆଗୁଆ ସତର୍କ ହୋଇଛି ସୀମାବର୍ତ୍ତୀ ଜିଲ୍ଲା ପ୍ରଶାସନ । ଆନ୍ଧ୍ର ଷ୍ଟ୍ରେନ୍‌କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିଫିକେସନ୍‌ ଜାରି କରାଯାଇଛି । ରାୟଗଡ଼ା ଜିଲ୍ଲା ପ୍ରଶାସନ ଆଗୁଆ ପଦକ୍ଷେପ ନେଇଛି । ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରୁ ଆସୁଥିବା ସଭିଙ୍କୁ ୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ରହିବା ବାଧ୍ୟତାମୂଳକ। ସେହିପରି ରାୟଗଡା ଜିଲ୍ଲାର ସୀମାନ୍ତରେ ଗଠନ ହେଲା ୧୦ଟି ଚେକ ପଏଣ୍ଟ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!