43

ପତ୍ନୀଙ୍କ ପାଇଁ ଚାକିିରି ତୁଚ୍ଛ : ଇସ୍ତଫା ଦେଲେ ସିଓ

ଝାନ୍ସି ୫।୫ : କରୋନା ସହ ଘର ଭିତରେ ସଂଘର୍ଷ କରୁଛି ସ୍ତ୍ରୀ। ଘରେ ଏକୁଟିଆ ଚାରି ବର୍ଷର ଝିଅ ଅଛି। ମୁଁ ଜଣେ ବାପା ହୋଇ ଝିଅକୁ କାହା ପାଖରେ ଛାଡ଼ିବି। ଚାକିରିରୁ ଛୁଟି ପାଇଁ ଅନୁମତି ନମିଳିବାରୁ ହ୍ବାଟସଆପ୍‌ରେ ଇସ୍ତଫା ଦେଇଦେଲେ ସିଓ। କରୋନାରେ ପତ୍ନୀ ସଂକ୍ରମିତ ହୋଇଥିଲେ। ଏଥିପାଇଁ ସେ ଛୁଟି ମାଗିଥିଲେ, ଅନୁମତି ନ ମିଳିବାରୁ ନାରାଜ ହୋଇଯାଇଥିବା ସିଓ ମନୀଷ ଚନ୍ଦ୍ର ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫା ପତ୍ର ସେ ହ୍ବାଟସଆପ୍‌ ଜରିଆରେ ଏସଏସପି ରୋହନ ପି କନୟଙ୍କୁ ପଠାଇଛନ୍ତି। ସେ ନିର୍ବାଚନ ଡ୍ୟୁଟି ପାଇଁ ମଧ୍ୟ ପହଞ୍ଚି ନଥିଲେ। ଏସଏସପି ଡାକିବା ପରେ ସିଓ ତାଙ୍କୁ ହ୍ବାଟସ୍ ଆପରେ ଇସ୍ତଫା ପତ୍ର ପଠାଇଥିଲେ। ଏସଏସପି ଏହାକୁ ଅନୁଶାସନହୀନତା କହିବା ସହିତ ତାଙ୍କ ପାଇଁ ଏକ ଡିଓ ଚିଠି ଜାରି କରିଛନ୍ତି। ୨୦୦୫ ବ୍ୟାଚ୍ ପିପିଏସ୍ ଅଧିକାରୀ ମନୀଷ ସୋନକର ଦେଢ଼ ବର୍ଷ ପୂର୍ବରୁ ଝାନସିରେ ନିଯୁକ୍ତ ହୋଇଥିଲେ। ସେ ପ୍ରାୟ ଦୁଇମାସ ପୂର୍ବରୁ ସିଓ ଦାୟିତ୍ବ ମିଳିଥିଲା। ସିଓ ମନୀଷ ସରକାରୀ ବାସଭବନରେ ପତ୍ନୀ ଏବଂ ଚାରି ବର୍ଷର ଝିଅ ସହିତ । ସିଓଙ୍କ କହିବାନୁଯାୟୀ, ଏପ୍ରିଲ୍ ୩୦ ରେ ତାଙ୍କ ପତ୍ନୀ କରୋନା ସଂକ୍ରମିତ ହୋଇଥିଲେ। ଘରେ ଏକୁଟିଆ ଥିବାରୁ ସେ ତାଙ୍କ ପତ୍ନୀଙ୍କ ଯତ୍ନ ନେବା ପାଇଁ ମେ ୧ ରୁ ୬ତାରିଖ ପର୍ଯ୍ୟନ୍ତ ଛୁଟି ମାଗିଥିଲେ, କିନ୍ତୁ ଛୁଟି ମଞ୍ଜୁର ହୋଇନଥିଲା। ଏହି ସମୟରେ, ତାଙ୍କ ଡ୍ୟୁଟି ମନଗଣନା ପାଇଁ ଭୋଜିଲା ମଣ୍ଡି ପଠାଯାଇଥିଲା। ସିଓଙ୍କ ଅନୁଯାୟୀ, ସେ ନିର୍ବାଚନ ଡ୍ୟୁଟି ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ। ଏହା ପରେ ସେ ମଇ ୨ତାରିଖରେ ପୁନର୍ବାର ଛୁଟି ମାଗିଥିଲେ, କିନ୍ତୁ ଛୁଟି ମଞ୍ଜୁର ହୋଇନଥିଲା। ତାଙ୍କ ପତ୍ନୀଙ୍କ ଅବସ୍ଥା ଖରାପ ଥିବାରୁ ସେ ଡ୍ୟୁଟିରେ ଆସିନଥିଲେ। ଏହା ସତ୍ତ୍ବେ ସେ କ୍ରମାଗତ ଭାବରେ ଡ୍ୟୁଟିରେ ଆସିବାକୁ ବାଧ୍ୟ ହେଉଥିଲେ। ଏସଏସପି ରୋହନ ପି କନୟ ମଧ୍ୟ ତାଙ୍କୁ ଫୋାନରେ ଡ୍ୟୁଟିକୁ ଆସିବାକୁ କହିଥିଲେ। ସେ ଏଥିରେ ଅସମର୍ଥତା ଦର୍ଶାଇ ଇସ୍ତଫା ଦେବା ଉଚିତ୍ ବୋଲି କହିଥିଲେ। ଏହା ପରେ, ସିଓ ମନୀଷ ନିଜେ ଏସଏସପିଙ୍କ ହ୍ବାଟସ୍ ଆପରେ ଇସ୍ତଫା ପଠାଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!