29

କରୋନାର ଆଉ ଏକ ନୂଆ ରୂପ ‘N440K’, ୧୦ ଗୁଣା ଅଧିକ ସଂକ୍ରାମକ

ନୂଆଦିଲ୍ଲୀ, ୫/୫ : ସାରା ଦେଶରେ ହୁ ହୁ ହୋଇ ମାଡି ଚାଲିଛି କରୋନାର ଦ୍ଵିତୀୟ ଲହରୀ। ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ। ଏହି ମଧ୍ୟରେ ପୁଣି ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ବୈଜ୍ଞାନିକମାନେ କରୋନାର ଆଉ ଏକ ନୂଆ ମ୍ୟୁଟାଣ୍ଟର ସନ୍ଧାନ କରିଛନ୍ତି। ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ‘N440K’ଏହି ନୂଆ ମ୍ୟୁଟାଣ୍ଟ ଅନ୍ୟ ଷ୍ଟେନ ଗୁଡିକ ଅପେକ୍ଷା ୧୦ ଗୁଣା ଅଧିକ ସଂକ୍ରାମକ। ଏହି ମ୍ୟୁଟାଣ୍ଟ କାରଣରୁ ଦେଶର ବହୁ ସ୍ଥାନରେ ହାହାକାର ସୃଷ୍ଟି ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ଦେଶରେ ୨୬ ଏପ୍ରିଲରୁ ମେ ୨ ମଧ୍ୟରେ ୨୬ ଲକ୍ଷରୁ ଅଧିକ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୨୩ ହଜାର ୮୦୦ ରୋଗୀଙ୍କ ମୃତ୍ୟୁ ହୋଇ ସାରିଛି। ଏହି ମଧ୍ୟରେ ବେଜ୍ଞାନିକମାନେ ଏହି ଘାତକ ମ୍ୟୁଟାଣ୍ଟର ସନ୍ଧାନ କରିଛନ୍ତି। ‘N440K’ ମ୍ୟୁଟାଣ୍ଟ ପ୍ରଥମେ ଆନ୍ଧ୍ରପ୍ରଦେଶର କରନୁଲ ସହରରେ ଦେଖିବାକୁ ମିଳିଥିଲା। ଏବେ ଏହି ମ୍ୟୁଟାଣ୍ଟ ତେଲେଙ୍ଗାନା ସମେତ ଦେଶର ବହୁ ଅଂଶରେ ବ୍ୟାପିସାରିଛି। ଗତ ୨ ମାସ ମଧ୍ୟରେ ୫୦ ପ୍ରତିଶତ କରୋନା ମାମଲା କେବଳ କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଛତିଶଗଡରୁ ଚିହ୍ନଟ ହୋଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!