37

ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା

ପଶ୍ଚିମବଙ୍ଗ ୫/୫ : ଆଜିଠୁ ଆରମ୍ଭ ହେଲା ମମତାଙ୍କ ତୃତୀୟ ଇନିଂସ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀ । ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମମତା ବାନାର୍ଜୀ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ । ରାଜଭବନରେ ନିରାଡମ୍ୱର ଉତ୍ସବରେ ହୋଇଥିଲା ଏହି ଶପଥଗ୍ରହଣ ଉତ୍ସବ । କୋଭିଡ ସ୍ଥିତିକୁ ଦେଖି ବେଶି ଲୋକଙ୍କୁ ଏଠିକୁ ଆମନ୍ତ୍ରଣ କରାଯାଇନଥିଲା ।ଉତ୍ସବକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ, ଭାରତୀୟ ଜନତା ପାର୍ଟୀ ପ୍ରଦେଶ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଉପସ୍ଥିତ ଥିଲେ। ସେହିପରି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସମେତ ଅନେକ ଅତିଥି ସାମିଲ ହୋଇଥିଲେ ଶପଥ ଗ୍ରହଣ ସମାରୋହରେ । କୋଭିଡ ପାଇଁ ଏହି ଉତ୍ସବ ଅନ୍ୟ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିପାରିବେ ନାହିଁ । ସୂଚନା ଯୋଗ୍ୟ ଯେ, ରାଜ୍ୟରେ ବିପୁଳ ସଂଖ୍ୟାରେ ଜିତି ପୁଣିଥରେ ଆସନ ଦଖଲ କରିଛି ତୃଣମୂଳ । ସେମାନଙ୍କ ଦଖଲରେ ଏଥର ୨୧୩ଟି ଆସନ ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!