55

ମୁଁ ଆପଣଙ୍କୁ ଅନୁରୋଧ କରୁଛି, ଦେଶବାସୀଙ୍କୁ ଏହି ସଙ୍କଟରୁ ବଞ୍ଚାଇବାକୁ…

ନୂଆଦିଲ୍ଲୀ ୭/୫ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କରୋନା ସଂକ୍ରମଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ରାହୁଲ କହିଛନ୍ତି ଯେ ଦେଶରେ କରୋନା ମ୍ୟୁଟେସନକୁ ଲଗାତାର ଟ୍ରାକ କରାଯାଉ । ସବୁ ମ୍ୟୁଟେସନ ଉପରେ ଉପଲବ୍ଧ ଭ୍ୟାକସିନ ପରୀକ୍ଷା କରାଯାଉ । ଏହାସହ ଦେଶର ସମସ୍ତ ଜନତାଙ୍କୁ ଶୀଘ୍ର ଭ୍ୟାକସିନ ଦେବାକୁ ପ୍ରବନ୍ଧ କରାଯାଉ । ରାହୁଲ ମୋଦିଙ୍କୁ ଚିଠି ଲେଖି ଆରୋପ ଲଗାଇଛନ୍ତି ଯେ ସରକାରଙ୍କ ବିଫଳତା ଯୋଗୁଁ ପୁଣିଥରେ ଦେଶ ରାଷ୍ଟ୍ରୀୟ ସ୍ଥର ଲକଡାଉନ ଆଡକୁ ମୁହାଁଇଛି । ଏହିଭଳି ସ୍ଥିତିରେ ଗରିବ ଓ ଅଭାବୀଙ୍କୁ ତତ୍କାଳ ଆର୍ଥିକ ସାହାଯ୍ୟ କରାଯାଉ ଯେପରି ଗତଥର ଭଳି ସେମାନଙ୍କୁ କୌଣସି ସମସ୍ୟା ନ ହେଉ । ଚିଠିରେ ରାହୁଲ ଲେଖିଛନ୍ତି, ମୁଁ ପୁଣିଥରେ ଆପଣଙ୍କୁ ଚିଠି ଲେଖିବାକୁ ବାଧ୍ୟ ହୋଇଛି । କାରଣ ଦେଶ କୋଭିଡ ସୁନାମି ଆଡକୁ ଗତି କରୁଛି । ଏହିଭଳି ସ୍ଥିତିରେ ଦେଶବାସୀଙ୍କୁ ଆପଣ ପ୍ରାଥମିକତା ଦେବା ଉଚିତ । ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଦେଶବାସୀଙ୍କୁ ଏହି ସଙ୍କଟରୁ ବଞ୍ଚାଇବାକୁ ଯାହା ବି ସମ୍ଭବ ତାହା କରନ୍ତୁ ।’ ଆଗକୁ ସେ କହିଛନ୍ତି, ଦୁନିଆରେ ପ୍ରତ୍ୟେକ ୬ଜଣକ ମଧ୍ୟରେ ଜଣେ ଭାରତୀୟ । ମହାମାରୀ ବର୍ତ୍ତମାନ ଦର୍ଶାଇଛି ଯେ ଆମର ଆକାର, ଅନୁବଂଶିକ ବିବିଧତା ଏବଂ ଜଟିଳତା ଭାରତରେ ଏହି ଜୀବାଣୁ ପାଇଁ ଅନୁକୂଳ ଏବଂ ସେଥିପାଇଁ ଏହି ଭାଇରସ ରୂପ ବଦଳାଇ ଅଧିକ ବିପଜ୍ଜନକ ସ୍ୱରୂପରେ ସାମ୍ନାକୁ ଆସିଛି । ଏହାସହ ସେ ଡବଲ ମ୍ୟୁଟେଣ୍ଟ ଓ ଟ୍ରିପଲ ମ୍ୟୁଟେଣ୍ଟକୁ ନେଇ ଭୟ ପ୍ରକାଶ କରିଛନ୍ତି । ରାହୁଲଙ୍କ କହିବାନୁଯାୟୀ, ଭାଇରସ ଅନିୟନ୍ତ୍ରିତ ଢଙ୍ଗରେ ପ୍ରସାରିତ ହେବା କେବଳ ଦେଶବାସୀଙ୍କ ପାଇଁ ଘାତକ ନୁହେଁ ବରଂ ଦୁନିଆ ପାଇଁ ମଧ୍ୟ ବିପଦଜନକ । ଏହି ଭାଇରସ ଓ ତାର ବିଭିନ୍ନ ସ୍ୱରୂପ ସମ୍ପରରେ ବୈଜ୍ଞାନିକ ତରିକାରେ ପତା କରିବାକୁ ସେ ମୋଦିଙ୍କୁ ପରାମର୍ଶ ଦେଇଛନ୍ତି । ସମସ୍ତ ନୂଆ ମ୍ୟୁଟେସନ ବିରୋଧରେ ଟିକାର ପ୍ରଭାବ ଆକଳନ କରାଯାଉ ବୋଲି ସେ କହିଛନ୍ତି । ରାହୁଲ ଗାନ୍ଧୀ ଆରୋପ ଲଗାଇଛନ୍ତି ଯେ କେନ୍ଦ୍ର ସରକାରଙ୍କ ପାଖରେ କୋଭିଡ ବିରୋଧରେ ଟୀକାକରଣକୁ ନେଇ ସ୍ପଷ୍ଟ ରଣନୀତି ନାହିଁ । ଭାଇରସ ବିସ୍ତାର କଲାବେଳେ ସରକାର ମହାମାରୀ ଉପରେ ବିଜୟ ଘୋଷଣା କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!