Odian News
95

ଦୁଷ୍କର୍ମ ବେଳେ ଭିଡିଓ ଉତ୍ତୋଳନ କଲେ ଯୁବକ ଆଉ ତାପରେ….

ଝାରସୁଗୁଡା,୭।୫(ବିକାଶ ସ୍ଵାଇଁ): ଭିଡ଼ିଓ ଉତ୍ତୋଳନ କରି ସାହାସ ଦେଖାଇଥିବା ବ୍ୟକ୍ତିଙ୍କ ଯୋଗୁଁ ନର ରାକ୍ଷସଙ୍କ ହାତରେ ଦୁଷ୍କର୍ମ ହେବାରୁ ଅଳ୍ପକେରୁ ବର୍ତ୍ତିଗଲେ ଯୁବତୀ। ଏଥିସହ ପୀଡିତାଙ୍କ ଇଜ୍ଜତ ବଞ୍ଚି ଯାଇଛି। ଝାରସୁଗୁଡା ସହରରେ ଲକଡାଉନ ଯୋଗୁଁ ଚାରିଆଡେ ଶୂନଶାନ ଥିବା ସୁଯୋଗ ଦେଖି ଏକ ପରିତ୍ୟକ୍ତ କୋଠରୀରେ ଜଣେ ଯୁବତୀକୁ ଟେକିନେଇ ଗଣ ଦୁଷ୍କର୍ମ ଉଦ୍ୟମ କରୁଥିଲେ ଅସାମାଜିକ ଯୁବକ। ଠିକ୍ ସେତିକି ବେଳେ ସେଠାରେ ଜଣେ ଦେଖଣାହାରୀ ପହଞ୍ଚି ଭିଡିଓ ଉତ୍ତୋଳନ କରି ଯୁବକ ମାନଙ୍କୁ ଧମକ ଚମକ ଦେବାରୁ ସେମାନେ ସେଠାରୁ ଫେରାର ହୋଇଯାଇଥିଲେ। ହେଲେ ଏହି ଘଟଣାର ଭିଡିଓ ଭାଇରାଲ୍ ହୋଇ ଯାଇଛି। ଯୁବତୀ ଜଣକ କେଉଁଠାରୁ ଆସିଥିଲେ ଓ କୁଆଡେ ଗଲେ ତାହା ଜଣାପଡି ନଥିବା ବେଳେ ଭିଡ଼ିଓରେ ଥିବା ଯୁବକ ମାନେ ବସଷ୍ଟାଣ୍ଡ ଅଞ୍ଚଳରେ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ଜଣାପଡିଛି। ଘଟଣାଟି ଘଟିଛି ବସଷ୍ଟାଣ୍ଡ ପଛପଟେ ଥିବା ରେଳବାଇର ଏକ ପରିତ୍ୟକ୍ତ କ୍ୟାବିନ ଭିତରେ। ଏହି ଭିଡିଓ ଭାଇରାଲ ହେବା ପରେ ରେଳବାଇ ପୋଲିସ ତଦନ୍ତ ଆରମ୍ଭ କରିଛି । କିନ୍ତୁ ଏ ସମ୍ପର୍କରେ କୌଣସି ଏତଲା ରୁଜୁ ହୋଇ ନଥିବା କହିଛନ୍ତି ଜିଆରପି ଥାନା ଅଧିକାରୀ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!