Odian News
58

କୋଭିଡ୍ ଡ୍ୟୁଟି ପାଇଁ ଯାଉଥିଲେ ଡାକ୍ତରୀ ଛାତ୍ରଛାତ୍ରୀ ବାଟରେ ଘଟିଲା….

ନୟାଗଡ଼,୮/୫: କୋଭିଡ୍ ଡ୍ୟୁଟି ପାଇଁ ଯାଉଥିଲେ ଶେଷ ବର୍ଷର ଡାକ୍ତରୀ ଛାତ୍ରଛାତ୍ରୀ। ଦୁର୍ଗାପ୍ରସାଦ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଠିହେଲା ବସ୍। ୩ଜଣ ଛାତ୍ର ସହ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରି ଦଶପଲ୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ବସ୍‌ରେ ୧୯ ଜଣ ଛାତ୍ର ଥିବା ସୂଚନା ମିଳିଛି। ନୟାଗଡ଼ା ଜିଲ୍ଲା ବାଣିଗୋଚ୍ଛା ଥାନା ଦୁର୍ଗାପ୍ରସାଦ ନିକଟରେ ଘଟିଛି ଦୁର୍ଘଟଣା ।ସୂଚନା ଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତିରେ ବାଣିଗୋଛା ଥାନା ଦୁର୍ଗାପ୍ରସାଦ ନିକଟରେ ଘଟିଛି ଦୁର୍ଘଟଣା । ଏସସିବିର ଶେଷ ବର୍ଷର ୧୯ ଛାତ୍ରଛାତ୍ରୀ ଏକ ସରକାରୀ ବସରେ କୋଭିଡ୍ ଡ୍ୟୁଟି ପାଇଁ ବଲାଙ୍ଗୀର ଅଭିମୁଖେ ଯାଉଥିଲେ । ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ଦୁର୍ଗାପ୍ରସାଦ ନିକଟରେ ବସଟି ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା । ଯାହାଫଳରେ ଗାଡିରେ ଥିବା ରେଷ୍ଟ ଡ୍ରାଇଭର୍ ଏବଂ ତିନିଜଣ ଛାତ୍ର ଆହତ ହୋଇଥିଲେ । ଖବରପାଇ ବାଣିଗୋଛା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କୁ ଦଶପଲ୍ଲା ପଠାଇଥିଲେ । ଦଶପଲ୍ଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ  ଆହତମାନେ ଫେରିଯାଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!