47

ବୈଠକରେ ବସିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଏହି ପ୍ରସ୍ତାବ ଦେଲେ ସୋନିଆ

ନୂଆଦିଲ୍ଲୀ,୮/୫: ଦେଶରେ କୋଭିଡ-୧୯ର ଦ୍ୱିତୀୟ ତରଙ୍ଗ ସଂକ୍ରମଣ ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ କୋଭିଡ-୧୯କୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟଗୁଡିକ ପକ୍ଷରୁ ଦିଆଯାଉଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ଶୁଣିବାକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିବେଦନ କରିଛନ୍ତି। କୋଭିଡ ଜନିତ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବାକୁ କଂଗ୍ରେସର ସମସ୍ତ ସାଂସଦଙ୍କୁ ନେଇ ଆୟୋଜିତ ଏକ ବୈଠକରେ ସୋନିଆ କେନ୍ଦ୍ର ସରକାରଙ୍କ ନିକଟରେ ଏହି ପ୍ରସ୍ତାବ ରଖିଛନ୍ତି। ଏଥିସହିତ ସଙ୍କଟକୁ କିଭଳି ସଫଳତା ସହିତ ମୁକାବିଲା କରିହେବ ତାହା ଉପରେ ସେ ଦଳୀୟ ସାଂସଦମାନଙ୍କର ମତ ଲୋଡିଥିଲେ। ସୋନିଆ କହିଥିଲେ, ବ୍ୟବସ୍ଥା ବିଫଳ ହୋଇନାହିଁ, କିନ୍ତୁ ମୋଦି ସରକାର ଭାରତର ରହିଥିବା ଅନେକ ସାମର୍ଥ୍ୟ ଓ ସମ୍ବଳକୁ ସଠିକ ଭାବରେ ଉପଯୋଗ କରିବାରେ ଅସମର୍ଥ ହୋଇଛନ୍ତି। ଭାରତ ସଂପ୍ରତି ଏମତି ଜଣେ ରାଜନୈତିକ ନେତୃତ୍ୱଙ୍କ ଦ୍ୱାରା କବଳିତ ହୋଇଛି ଯାହାଙ୍କର ସାଧାରଣ ଜନତାଙ୍କ ପ୍ରତି ଦରଦ ନାହିଁ। ସରକାର ଦେଶର ଜନସାଧାରଣଙ୍କୁ ବିଫଳ କରିଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!