44

ଭୁବନେଶ୍ୱରରେ ପହଞ୍ଚିଲା ୧ ଲକ୍ଷ କୋଭିସିଲ୍ଡ ଟିକା

ଭୁବନେଶ୍ୱର, ୮/୫: ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛି କୋଭିସିଲ୍ଡ ଟିକା । ୧ ଲକ୍ଷ ଟିକା ଆଜି ସେରମ୍‌ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିବା ସୂଚନା ମିଳିଛି । ଏହି ଟିକା ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ । ଗତ କିଛି ଦିନ ତଳେ ଓଡ଼ିଶା ସରକାର ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣାରେ କରୋନା ଟିକା ଦେବା ନେଇ ଘୋଷଣା କରିଥିଲେ । ଏନେଇ ସରକାର ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌କୁ ଟିକା ଦେବା ପାଇଁ ଅର୍ଡର କରିଥିଲେ । ଇନ୍‌ଷ୍ଟିଚ୍ୟୁଟ୍‌କୁ ମୋଟ ୩ କୋଟି ୭୭ ଲକ୍ଷ ଟିକା ପାଇଁ ସରକାର ଦାବି କରିଥିଲେ । ଏହାର ପ୍ରଥମ ପର୍ଯ୍ୟାୟ ଟିକା ଆଜି ଭୁବନେଶ୍ୱରରେ ପହଞ୍ଚିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!