225

କୁକୁଡ଼ାଖଣ୍ଡି ବ୍ଳକରେ ସାମ୍ବାଦିକଙ୍କୁ ଦିଆଗଲା କରୋନା ଟୀକା  

ଗଞ୍ଜାମ-୮/୫(ମନୋଜ କୁମାର ପାତ୍ର):ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଳକରେ କାର୍ଯ୍ୟରତ ଥିବା ସାମ୍ବାଦିକ ମାନଙ୍କୁ ଶନିବାର ଦିନ କୁକୁଡ଼ାଖଣ୍ଡି ପଞ୍ଚାୟତ ସଭା ଗୃହରେ କୁକୁଡ଼ାଖଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ଗଦାଧର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ କୋଭିଡ଼ ଟୀକା ପ୍ରଦାନ କରାଯାଇଛି। ତେବେ ଆଜି ଦିନ ୧୦ଟା ସମୟରେ କୁକୁଡ଼ାଖଣ୍ଡିର ବରିଷ୍ଠ ସାମ୍ବାଦିକ ସିହେଚ୍ ମନୋଜ କୁମାର ପାତ୍ର,ଅନୁପମ ଭାରତର ପି. କୃଷ୍ଣମୂର୍ତ୍ତି, ଈଶା ନିଉଜର ପରିଚାଳନା ନିର୍ଦ୍ଦେଶକ ସନ୍ୟାସୀ ମହାରଣାଙ୍କ ସମେତ ଧରିତ୍ରୀର ପ୍ରଶାନ୍ତ ରଣା, ସର୍ବସାଧାରଣର ଈଶ୍ୱର ସେଠି, ନିର୍ଭୟର ନାଗେଶୁ ପାତ୍ର ,ଇ. ରଞ୍ଜନ, ରବୀନ୍ଦ୍ର ନାଥ ସାହୁ ,ଉମା ଶଙ୍କର ପାଣିଗ୍ରାହୀ, ପ୍ରଦୀପ କୁମାର ବେହେରା, ସଞ୍ଜୟ କୁମାର ସାହୁ,ଦୁର୍ଗା ମାଧବ ବେହେରା ପ୍ରମୁଖ ଟୀକା ନେଇଥିଲେ। ଓଡିଶା ରାଜ୍ୟ ସରକାର ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ଭାବରେ ଘୋଷଣା କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ସମସ୍ତ ମିଡିଆ ବନ୍ଧୁ ମାନଙ୍କୁ କୋଭିଡ଼ ଟୀକା ପ୍ରଦାନ କରିବା ନିମନ୍ତେ କୁକୁଡ଼ାଖଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ଶ୍ରୀ ପାତ୍ର କାର୍ଯ୍ୟରତ ଥିବା ସାମ୍ବାଦିକ ମାନକୁ ସୁଚନା ଦେଇଥିଲେ।ତେବେ କୁକୁଡ଼ାଖଣ୍ଡି ବ୍ଳକର ସମସ୍ତ ସାମ୍ବାଦିକ ବନ୍ଧୁ ଟୀକା ନେବା ପରେ କୁକୁଡ଼ାଖଣ୍ଡି ବ୍ଲକ ପ୍ରଶାସନ ଅଧିକାରୀ ତଥା ବିଡିଓ ଗଦାଧର ପାତ୍ର,ତହସିଲଦାର କଲ୍ୟାଣି ସଙ୍ଘମିତ୍ରା ଦେବୀ ଏବଂ ସଦର ଥାନା ଅଧିକାରୀ ଶ୍ରୀ ମହେନ୍ଦ୍ର ସାହୁଙ୍କୁ ଧନ୍ୟବାଦ ଜଣେଇଥିଲେ।ଟୀକା ଦେବା ଅବସରରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ପାତ୍ର ସମସ୍ତ ସାମ୍ବାଦିକ ମାନକୁ ସତର୍କତାର ସହ ଖବର ସଂଗ୍ରହ କରିବା ସମୟରେ ମାସ୍କ ପରିଧାନ କରିବା ସହ ନିଜକୁ ସୁରକ୍ଷିତ ରଖିବା ସହ ନିଜର ପରିବାର ସୁରକ୍ଷା ପାଇଁ ଧ୍ୟାନ ଦେବାକୁ ନିବେଦନ କରିଥିଲେ।ସ୍ଥାନୀୟ ସରପଞ୍ଚ ଅଦଲ ଚେନେୟା ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ସନ୍ତୋଷ କୁମାର ସାହୁ ଏହି ଟୀକା ପ୍ରଦାନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!