37

କାଞ୍ଚନ ଜ୍ୱେଲର୍ସ ସୁନାଗହଣା ଲୁଟ ମାମଲା: ଜଣେ ଅଭିଯୁକ୍ତ ଗିରଫ

କଳାହାଣ୍ଡି,୮/୫( ସୁରେଶ ଚନ୍ଦ୍ର ସାହୁ):କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ସ୍ଥିତ କାଞ୍ଚନ ଜ୍ୱେଲର୍ସରୁ ସୁନାଗହଣା ଲୁଟ ଘଟଣାରେ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିଛି ଜୁନାଗଡ ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ପାକେଲାପଲ୍ଲୀ ଗ୍ରାମର ସୁରେଶ ଦାସ (୩୫)। ଅଭିଯୁକ୍ତଙ୍କ ଠାରୁ ୭୨ ଗ୍ରାମ ସୁନା ଓ ୮୦୦ ଗ୍ରାମ ରୁପା ଗହଣା ଜବତ ହୋଇଛି। ତେବେ ଏହି ଘଟଣାରେ ଜଡ଼ିତ ଆଉ ୩ଜଣ ଅଭିଯୁକ୍ତ ଫେରାର ଥିବା ଜଣାପଡିଚି। ଜୁନାଗଡ଼ ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ ମାର୍ଚ୍ଚ ମାସ ୧୦ ତାରିଖ ସକାଳ ୯ ଘଣ୍ଟା ସମୟରେ ଜୁନାଗଡ଼ ସହରର କାଞ୍ଚନ ଜ୍ୱେଲର୍ସ ମାଲିକ ରଞ୍ଜନ କୁମାର ସାହୁ ତାଙ୍କ ଦୋକାନକୁ ଆସି ଗହଣା ବ୍ୟାଗକୁ ତଳେ ରଖି ଦୋକାନ ସଟର ଖୋଲୁଥିବା ବେଳେ କେତେକ ଦୃବୁର୍ତ୍ତ ଗହଣା ବ୍ୟାଗକୁ ଝାମ୍ପି ନେଇ ଏକ ମୋଟର ସାଇକେଲରେ ଫେରାର ହୋଇ ଯାଇଥିଲେ। କାଞ୍ଚନ ଜ୍ୱେଲର୍ସ ମାଲିକ ରଞ୍ଜନ କୁମାର ସାହୁ ଏହି ଚୋରି ସମ୍ପର୍କରେ ଜୁନାଗଡ଼ ଥାନାରେ ଏକ ଏତଲା ଦେଇଥିଲେ। ଜୁନାଗଡ଼ ପୋଲିସ ସବ ଇନିସ୍ପେକଟର କୃଷ୍ଣ ଚନ୍ଦ୍ର ସ୍ୱାଇଁ ଓ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ଏହି ଲୁଟ ଘଟଣାର ଅନୁସନ୍ଧାନ କରୁଥିଲେ। ଆଜି ଉକ୍ତ ଘଟଣାରେ ସୁରେଶ ଦାସକୁ ଗିରଫ କରି ଲୁଟ ସୁନା ଓ ରୁପା ଗହଣା ଜବତ କରିଥିବା ଜୁନାଗଡ଼ ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!