90

ପ୍ରଶାସନ ପକ୍ଷରୁ ଟୀକାକରଣ କେନ୍ଦ୍ର ତଦାରଖ, ରୋଗୀଙ୍କ ସମସ୍ୟା ବୁଝିଲେ

ଗଞ୍ଜାମ-୮/୦୫(ମନୋଜ କୁମାର ପାତ୍ର): ଶନିବାର ଦିନ କୁକୁଡାଖଣ୍ଡି ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ ଏବଂ ବିଡ଼ିଓ ଗଦାଧର ପାତ୍ର ଉଭୟେ ମିଶି ଜଗଦଳପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ କୋଭିଡ଼ ଟୀକାକରଣର ତଦାରଖ କରିଥିଲେ। ଏଥିସହ ଆର୍.ଆର୍.ଟି ଙ୍କ ସହ ନିମଖଣ୍ଡି ଓ ଲୋଚାପଡା ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳର କୋଭିଡ଼ ରୋଗୀଙ୍କ ବାସଗୃହ ନିକଟକୁ ଯାଇ ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ। ଆଗାମୀ ଦିନରେ ସ୍ଥାନୀୟ ବାସିନ୍ଦାଙ୍କ ପ୍ରକୃତ ଆସ୍ଥାଭାଜନ ହେବାପାଇଁ ତଥା ତ୍ୱରିତ ସ୍ୱାସ୍ଥ୍ୟ ପରାମର୍ଶ ଯୋଗାଇବା ପାଇଁ ତତ୍ପର ରହିବାକୁ ଉଭୟ ବିଡ଼ିଓ ଏବଂ ତହସିଲଦାର ଆର୍.ଆର୍. ଟି ଙ୍କୁ ଉତ୍ସାହିତ କରିଥିଲେ।ଏହି ଅବସରରେ କୁକୁଡ଼ାଖଣ୍ଡି ଓ ଜଗଦଳପୁର ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!