41

ସମୁଦ୍ରକୂଳରେ ଭାସୁଛି ମହିଳାଙ୍କ ଉଲଗ୍ନ ଶବ

କୋଣାର୍କ,୯।୫:  କୋଣାର୍କ ଚନ୍ଦ୍ରଭାଗା ମେରାଇନ ଥାନା ଆରୁ ୧୦୦ମିଟର ଦୂରରେ ଥିବା ସମୁଦ୍ରକୂଳରେ ଉଲଗ୍ନ ଅବସ୍ଥାରେ ମହିଳା ଭାସୁଥିବାରେ ଦେଖିବାକୁ ମିଳିଛି  । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଖବର ଅନୁଯାୟୀ. ରବିବାର ଦିନ ସମୁଦ୍ର କୂଳରେ ମହିଳାଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ନିକଟସ୍ଥ ପୋଲିସ ଥାନାକୁ ଜଣାଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ତେବେ ପୋଲିସ ପ୍ରାଥମିକ ତଦନ୍ତରୁ ମୃତ ମହିଳାଙ୍କ ବୟସ ପ୍ରାୟ ୩୦ରୁ ୩୫ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ମହିଳା ଜଣଙ୍କ ବିବାହିତା ବୋଲି ସୂଚନା ରହିଛି ।  କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ  ମହିଳାଙ୍କ ପରିଚୟ ମିଳିପାରି ନଥିଲେ ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି ।ତେବେ ମହିଳାଙ୍କୁ ହତ୍ୟା କରାଯାଇଛି ନା କୌଣସି ପ୍ରକାର ଅଘଟଣ ଘଟିଛି । ତାହା ପୋଷ୍ଟମର୍ଟମ ରିପୋର୍ଟ ଓ ପୋଲିସ ତଦନ୍ତର ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକ ଆଶା ରଖିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!