86

୩ ରାଜ୍ୟର ୯ ଟି ବ୍ୟାରିକେଡ ଭାଙ୍ଗିବା ପରେ ଛତିଶଗଡ଼ରରେ ଧରାପଡିଲା

ମାଲକାନଗିରି,୧୩/୫(ଶ୍ରୀନିବାସ ପଣ୍ଡା/ଭିକି ବାରିକ) :କରୋନା ଦ୍ବିତୀୟ ସଂକ୍ରମଣ ଯୋଗୁଁ ଆନ୍ଧ୍ର ପ୍ରଦେଶ , ଓଡ଼ିଶା , ଛତିଶଗଡ଼ ରାଜ୍ୟ ଗୁଡ଼ିକର ସୀମାକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି । ତେବେ ଏପରି ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜଣେ ଦୁର୍ବୃତ୍ତ ୩ ରାଜ୍ୟର ପୋଲିସକୁ ଚକମା ଦେଇ ଖସିଯିବାକୁ ଉଦ୍ୟମ କରି ୩ ରାଜ୍ୟର ୯ ଟି ବ୍ୟାରିକେଡ ଭାଙ୍ଗିବା ପରେ ଶେଷରେ ପଡ଼ୋଶୀ ଛତିଶଗଡ଼ର ଏକ ଯବାନ କ୍ୟାମ୍ପ କବଜାରେ ପଡିଛି। ସୂଚନା ମୁତାବକ ଆଜି ଅପରାହ୍ନ ପ୍ରାୟ ୨ ଟା ବେଳେ ଧଳା ରଙ୍ଗର ଏମ୍ ଏଚ୍ ୨୭ ଡିଏ ୬୩୩୨ ନମ୍ବର ବିଶିଷ୍ଟ ସ୍କର୍ପିଓ ଗାଡି ପଡୋଶୀ ଆନ୍ଧ୍ରପ୍ରଦେଶର ଚିନୁର ଅଞ୍ଚଳରେ ଜଣ ପୋଲିସ କର୍ମଚାରୀ ଙ୍କୁ ଧକ୍କା ଦେଇ ଓଡ଼ିଶା ଓ ଛତ୍ତଶଗଡ଼ ହୋଇ ନିଜ ରାଜ୍ୟକୁ ଖସି ଯିବାକୁ ଉଦ୍ୟମ କରୁଥିଲା। ତେବେ ଓଡ଼ିଶା ସୀମାବର୍ତ୍ତୀ ପଡ଼ିଆ ଓ ପଡୋଶୀ ଛତ୍ରିଶଗଡ଼ର ଇଞ୍ଜାରାମ ପୋଲିସ ସମେତ – ଫାଣ୍ଡିଗୁଡା ସ୍ଥିତ ୨୨୮ ସିଆରପିଏଫ ବାଟାଲିୟନ ସହଯୋଗରେ ଫାଣ୍ଡିଗୁଡା ଠାରେ ଏହି ଗାଡିକୁ ରୋକାଯାଇ ଥିଲା । ବ୍ୟାରିକେଡ ଭାଙ୍ଗି ଖସିବାକୁ ଉଦ୍ୟମ କରୁଥିବା ବେଳେ ଫାଣ୍ଡିଗୁଡା ଠାରେ ଯବାନ ମାନେ କୌଶଳ ପୂର୍ବକ ଫାଇରିଂ କରିଥିଲେ । ଏଥିରେ ଗାଡି ଚଳାଉଥିବା ବ୍ୟକ୍ତି ଜଣଙ୍କ ଅଣ୍ଡାରେ ଆଘାତ ହେବାରୁ ଗାଡିଟି ଅଟକାଇଥିଲେ। ଏହାପରେ ସେହି ଲୋକ ଗାଡି ଅଟକାଇବାରୁ ଯବାନ ମାନେ ଲୋକଟିକୁ କାବୁ କରି ନେଇଥିଲେ। ଏହି ସ୍କର୍ପିଓ ଟି ମହାରାଷ୍ଟ୍ରର ହୋଇଥିବା ବେଳେ ଲୋକଟି ମଧ୍ୟ ଅମରାବତୀ ଅଞ୍ଚଳର ବୋଲି କୁହାଯାଇଛି । ତେବେ ଲୋକଟି କେଉଁ ଉଦ୍ଦେଶ୍ୟରେ ଏଭଳି ଅଘଟଣ ଘଟାଇଲା ତାହା ସ୍ପଷ୍ଟ ଜଣାପଡ଼ି ନଥିବା ବେଳେ ପୋଲିସ ପଚରାଉଚୁରା ପରେ ଜଣାପଡିବ ବୋଲି କୁହାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!