71

ସହରରେ ଜାମୁକୋଳିର ପସାର

ଖୋର୍ଦ୍ଧା, ୧୩/୦୫  : ଋତୁ ନେଇ ସହରର ରାଜପଥରେ ଫଳର ସମ୍ଭାର । ଖରାରେ ଆମ୍ବ, ତାଳ, ଲିଚୁ, ପଣସ, ଖଜୁରୀ ଏବଂ ଟିକିଏ ପ୍ରାକ୍ ମୌସୁମୀ ବର୍ଷ ପଡିଲେ ପାଚେ ଜାମୁକୋଳି । ଏବେ ଠାରୁ ବଜାରେ ଜାମୁକୋଳିର ପସରା ବିଭିନ୍ନ ରାସ୍ତା, ଛକରେ ଦେଖିବାକୁ ମିଳୁଛି । ଜାମୁ କୋଳି ପ୍ରତି ଗ୍ରାହକଙ୍କ ଆଦର ମଧ୍ୟ ରହିଛି । ଋତୁକାଳିନ କୋଳି ୧୫ଦିନ ପରେ ବଜାରରେ ମିଳିବନି । ଗତବର୍ଷ ଅପେକ୍ଷା ଏବର୍ଷ ଜାମୁକୋଳିର ଦର ଟିକିଏ ଅଧିକା ରହିଛି । ଗତବର୍ଷ ୧୦ଟଙ୍କାରେ ଯେତିକି କୋଳି ମିଳୁଥିଲା, ଚଳିତ ବର୍ଷ ତାହା ୨୦ଟଙ୍କା ହୋଇଛି । ବଜାରରୁ ଆସୁଥିବା ଜାମୁକୋଳି କିଲୋ ୨୦୦ଟଙ୍କାରୁ ୨୫୦ଟଙ୍କାରେ ହୋଇଥିବା ବେଳେ ସ୍ଥାନୀୟ କୋଳି ୬୦ରୁ ୭୦ଟଙ୍କାରେ ବିକ୍ରି ହେଉଛି । ଏସବୁ ଜାମୁକୋଳିଗୁଡିକ ପ୍ରାୟତଃ ଝାରସୁଗୁଡା, ନୟାଗଡ, ଦଶପଲ୍ଲା, ବଲାଙ୍ଗିର ଆଦି ଦୂର ଜାଗାରୁ ଏଠାକୁ ଆସୁଥିବାର ଜଣାପଡିଛି । ଜାମୁକୋଳିରେ ପ୍ରଚୁର ମାତ୍ରାରେ ରୋଗପ୍ରତିରୋଧକ ଶକ୍ତି ରହିଛି । ଏହାକୁ ଖାଇଲେ ପେଟ ଗୋଳମାଳ ଭଲ ହୋଇଥାଏ । ମଧୁମେହ ରୋଗୀଙ୍କ ପାଇଁ ଏହା ମହୌଷଧି ସହ ସମାନ । ଏହାବ୍ୟାତିତ ଏହି ଫଳର ରସ କିମ୍ବା ମଞ୍ଜି ଖାଇଲେ ସୁଗାର ପରିମାଣ ହ୍ରାସ କରିଥାଏ ବୋଲି ଆୟୁର୍ବେଦିକ ବିଶେଷଜ୍ଞମାନେ କହିଛନ୍ତି ।
ଦେବେନ୍ଦ୍ର ମାନସିଂହ, ଗ୍ରାହକ
ଗ୍ରୀଷ୍ମ ଶେଷ ଆଡକୁ ଏହି ଫଳ ଖାଇବାକୁ ମିଳିଥାଏ । ଏବେ ଏହା ଖୋର୍ଦ୍ଧା ପରିବା ହାଟରେ ମଧ୍ୟ ଦେଖିବାକୁ ମିଳୁଛି । ବର୍ଷରେ ଥରେ ନୂଆ ଫଳ ଖାଇବାକୁ ସବୁରି ଆଦର ଥାଏ । ଏହା ବ୍ୟାତୀତ ଶରୀରରେ ଥିବା ବିଭିନ୍ନ ରୋଗର ଉପଚାର ହୋଇଥାଏ ।
ଦୁର୍ଯ୍ୟୋଧନ ଦାସ, ଡାକ୍ତର
ମଣିଷ ଶରୀରରେ ସୁଗାର ଭାଗ ଅଧିକ ହେଲେ ଜାମୁକୋଳି ତାର ପ୍ରଥମ ଉପଚାର ହୋଇପାରିବ । ଏଥିରେ ଅଧିକ ସଂଖ୍ୟକ କ୍ୟାଲସିୟମ୍‌, ମ୍ୟାଗ୍ନେସିଅମ, ଜିଙ୍କ ଆଦି ରହିଥିବାରୁ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ । ମଧୁମେହ ନିୟନ୍ତ୍ରଣରେ ସହାୟକ ହୋଇଥାଏ ।
ଉମା ବଲ୍ଲଭ ପୃଷ୍ଟି, ବ୍ୟବସାୟୀ
ଓଡିଶା ବଜାରରେ ଜାମୁକୋଳିର ଚାହିଦା ଅଧିକା ଥିବା ବେଳେ ଏଠାରେ ଆବଶ୍ୟକ ମୁତାବକ ଜାମୁକୋଳି ମିଳୁନାହିଁ । ଗ୍ରାମଗଣ୍ଡାର ଲୋକମାନେ ଯେତିକି ବି କୋଳି ଆଣୁଛନ୍ତି ତା ବାଟରେ ଶେଷ ହୋଇଯାଉଛି । ପୂର୍ବରୁ ଗ୍ରାମଗଣ୍ଡାରୁ ଯେତିକି କୋଳି ଆସୁଥିଲା ତା’ର ଅଧା ଆଣିବା ଏବେ ସମ୍ଭବ ହେଉନାହିଁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!