46

ଜୁନ ୧ ତାରିଖ ଯାଏଁ ରାଜ୍ୟରେ ବଢିଲା ଲକଡାଉନ୍

ଭୁବନେଶ୍ୱର, ୧୮।୦୫: ରାଜ୍ୟରେ ବଢିଲା ଲକଡାଉନ୍ । ଓଡିଶାରେ କରୋନା ସଂକ୍ରମଣ ବଢୁଥିବା ବେଳେ ଲକଡାଉନର ଅବଧିକୁ ମଧ୍ୟ ଜୁନ ୧ ତାରିଖ ଯାଏଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରେସ ବାର୍ତ୍ତାରେ ଘୋଷଣା କରିଛନ୍ତି । ସୂଚନାନୁସାରେ, କରୋନା ସଂକ୍ରମଣ ବଢୁଥିବାରୁ ସରକାର ମେ ୫ରୁ ମେ ୧୯ ତାରିଖ ସକାଳ ଯାଏଁ ଲକଡାଉନ୍ ଲାଗୁ କରିଥିଲେ । ସଂକ୍ରମଣ ଚେନ୍‌ରେ ବ୍ରେକ ଦେବାକୁ ସରକାର ଏହି ପଦକ୍ଷେପ ନେଇଥିଲେ । ଏହି ସମୟରେ କଡାକଡି ଚେକିଂ ହୋଇଥିଲା । ଦୋକାନ, ବଜାର, ସପିଂ ମଲ ଆଦି ବନ୍ଦ ରହିଥିଲା । କେବଳ ସକାଳ ୬ରୁ ଦିନ ୧୨ଟା ଯାଏଁ ପନିପରିବା ଓ ରାସନ ସାମଗ୍ରୀ ଦୋକାନ ଖୋଲା ରଖିବାକୁ ନିର୍ଦ୍ଦେଶ ରହିଥିଲା । ତେବେ କଟକଣାରୁ ଜରୁରୀକାଳିନ ସେବା ଓ ସେବା ଯୋଗାଉଥିବା କର୍ମଚାରୀଙ୍କୁ ବାଦ୍ ଦିଆଯାଇଥିଲା । ଏବେ କିନ୍ତୁ ନୂଆ ଗାଇଡଲାଇନ୍ ଅନୁସାରେ ସକାଳ ୭ଟାରୁ ସକାଳ ୧୧ଟା ଯାଏଁ ପନିପରିବା ଓ ଅନ୍ୟ ରାସନ ସାମଗ୍ରୀ କିଣିବାକୁ ଲୋକମାନେ ବାହାରକୁ ଯାଇପାରିବେ । କିନ୍ତୁ ଏହା ସତ୍ତ୍ୱେ ସଂକ୍ରମଣ କମୁନଥିବା ନଜର ଆସିଛି । ଏବେବି ୧୦ ହଜାର ଉପରେ ଦୈନିକ ସଂକ୍ରମଣ ସାମ୍ନାକୁ ଆସୁଛି । ଆହୁରି ମଧ୍ୟ ଅମାନିଆ ଚେତୁନାହାଁନ୍ତି । ଏସବୁକୁ ନଜରରେ ରଖି ସରକାର ଲକଡାଉନର ଅବଧିକୁ ବୃଦ୍ଧି କରିଛନ୍ତି । ନୂଆ ନିଷ୍ପତ୍ତି ଅନୁସାରେ ଆଉ ୧୩ ଦିନ ବଡିଛି ଲକଡାଉନ୍ । ଏହାକୁ ଜୁନ ୧ ସକାଳ ୫ଟା ଯାଏଁ ବୃଦ୍ଧି କରାଯାଇଛି

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!