54

ନକଲି ପରିଚୟ ପତ୍ର ବିକ୍ରି କରି ଡମଣା ମାର୍କେଟର ଜଣେ ଗିରଫ

ଭୁବନେଶ୍ଵର, ୧୮/୦୫ :  ରାଜଧାନୀରେ ବିକ୍ରି ହେଉଛି ନକଲି ପରିଚୟ ପତ୍ର। ଏଭଳି ଏକ ଘଟଣା ଭୁବନେଶ୍ଵରରେ ଦେଖିବାକୁ ମିଳିଛି। ଲକଡାଉନ୍ ସମୟରେ ନକଲି ଆଇକାର୍ଡ ବିକ୍ରି କରି ରାଜଧାନୀରୁ ବନ୍ଧା ହୋଇଛନ୍ତି ଜଣେ ଯୁବକ। ମହାମାରୀ କରୋନା ଭୂତାଣୁର ସଂକ୍ରମଣ ଚେନ୍ ଭାଙ୍ଗିବାକୁ ସରକାର ଲକଡାଉନ ସଟଡାଉନ ଭଳି କଟକଣା ଲାଗୁ କରିଛନ୍ତି। ହେଲେ ଏହି କଟକଣାକୁ ଖାତିର୍ କରୁ ନାହାଁନ୍ତି ଅମାନିଆ। ଲକଡାଉନ୍ କଟକଣା ବେଳେ ଯାତାୟତ ପାଇଁ ସରକାର ପରିଚୟ ପତ୍ର ଜରୁରୀ ବୋଲି ନିୟମ କରିଥିବା ବେଳେ ଏହାକୁ ଏବେ ଗଳାବାଟ କରିଛନ୍ତି କିଛି ଅସାମାଜିକ ବ୍ୟକ୍ତି। ଧର୍ମକୁ ଆଖି ଠାର ଭଳି ନକଲି ପରିଚୟ ପତ୍ର ଦେଖାଇ ସହର ସାରା ଘୂରି ବୁଲୁଛନ୍ତି ଅମାନିଆ। ସୂଚନାନୁଯାୟୀ, ରାଜଧାନୀ ଭୁବନେଶ୍ଵରରେ ନକଲି ପରିଚୟ ପତ୍ର ବିକ୍ରି କରି ଡମଣା ମାର୍କେଟର ଜଣେ ଯୁବକ ଗିରଫ ହୋଇଛନ୍ତି। ଏହି ଯୁବକଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରିଛି। ଯୁବକଙ୍କ ନିକଟରୁ ୧୦୦ରୁ ଉର୍ଦ୍ଧ୍ଵ ବିଭିନ୍ନ କମ୍ପାନୀର ଆଇକାର୍ଡ ଜବତ ହୋଇଛି। ଲକଡାଉନ ସଟଡାଉନ ସମୟରେ ଅମାନିଆଙ୍କୁ ବାହାରେ ବୁଲିବାକୁ ୨୦୦ ରୁ ୩୦୦ ଟଙ୍କାରେ ଆଇକାର୍ଡ ଯୋଗେଇ ଦେଉଥିଲେ ଏହି ଯୁବକ। ତେବେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଆହୁରି ସତର୍କ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!