40

୨୦୨୨ରେ ଭାରତୀୟ କ୍ରିକେଟ ଦଳର ବାଂଲାଦେଶ ଗସ୍ତ

ନୂଆଦିଲ୍ଲୀ୧୯/୫: ଭାରତୀୟ କ୍ରିକେଟ ଦଳ ଆସନ୍ତା ୨୦୨୨ରେ ସିରିଜ ଖେଳିବାକୁ ବାଂଲାଦେଶ ଗସ୍ତ କରିବେ। ୨୦୧୫ ପରବର୍ତ୍ତୀ ସମୟରେ ଏହା ଭାରତୀୟ କ୍ରିକେଟ ଦଳର ପ୍ରଥମ ଗସ୍ତ ହେବ। ପୂର୍ବରୁ ୨୦୧୪ ଓ ୨୦୧୫ରେ ଭାରତୀୟ ଦଳ ଦୁଇଥର ବାଂଲାଦେଶ ଗସ୍ତ କରିଥିଲା। ବାଂଲାଦେଶ କ୍ରିକେଟ ବୋର୍ଡ ପକ୍ଷରୁ ପ୍ରସାରଣ ଅଧିକାର ବିକ୍ରିରୁ ଜଣାଯାଇଛି ଯେ ୨୦୨୨ ନଭେମ୍ବରରେ ଭାରତୀୟ ଦଳ ବାଂଲାଦେଶରେ ପହଞ୍ଚିବ। ଦୁଇଦଳ ସେଠାରେ ଦୁଇଟି ଟେଷ୍ଟମ୍ୟାଚ ଏବଂ ୩ଟି ଏକଦିବସୀୟ କ୍ରିକେଟ ମ୍ୟାଚ ଖେଳିବେ। ୨୦୧୫ ପରବର୍ତ୍ତୀ ସମୟରେ ବାଂଲାଦେଶ କ୍ରିକେଟ ଦଳ ଦୁଇଥର ଭାରତ ଗସ୍ତରେ ଆସିଥିବା ଜଣାଯାଇଛି। ୨୦୧୭ରେ ବାଂଲାଦେଶ ଦଳ ଭାରତକୁ ଗୋଟିଏ ମାତ୍ର ଟେଷ୍ଟ ମ୍ୟାଚ ଖେଳିବାକୁ ଆସିଥିଲେ। ପରେ ୨୦୧୯ରେ ଦୁଇ ଦଳ ପୁନର୍ବାର ଏକ ସିରିଜ ଖେଳିଥିଲେ। ସେଥିରେ ଦୁଇଟି ଟେଷ୍ଟମ୍ୟାଚ ଏବଂ ତିନିଟି ଟି୨୦ ମ୍ୟାଚ ରହିଥିଲା। ଇନ୍ଦୋର ଓ କୋଲକାତାରେ ଖେଳାଯାଇଥିବା ଦୁଇଟି ଟେଷ୍ଟମ୍ୟାଚ ଆଇସିିସି ବିଶ୍ୱକପ ଟେଷ୍ଟ ଚମ୍ପିଆନସିପ ୨୦୧୯-୨୧ର ଅଂଶବିଶେଷ ଥିଲା।୨୦୨୧ରୁ ୨୦୨୩ ମଧ୍ୟରେ ସାତଟି ଆନ୍ତର୍ଜାତିକ କ୍ରିକେଟ ଦଳ ବାଂଲାଦେଶ ଗସ୍ତ କରିବେ ବୋଲି ଇଏସପିଏନ୍‍ କ୍ରିକଇନଫୋ ପକ୍ଷରୁ ଜଣାଯାଇଛି। ଅଷ୍ଟ୍ରେଲିଆ ଦଳ ସେଠାକୁ ସୀମିତ ଓଭର ସିରିଜ ଖେଳିବାକୁ ଆସିବେ। ତେବେ ଏହାର ସମୟ ସୂଚୀ ଚୂଡାନ୍ତ ହୋଇନାହିଁ। ସେହିଭଳି ଇଂଲଣ୍ଡ ଦଳ ମଧ୍ୟ ବାଂଲାଦେଶ ଗସ୍ତରେ ଯାଇ ଟି୨୦ ଏବଂ ଗୋଟିଏ ଏକଦିବସୀୟ ମ୍ୟାଚ ଖେଳିବେ। ଆଇସିସି ଟି୨୦ ବିଶ୍ୱକପ୍‍ ପୂର୍ବରୁ ଏହା ଅନୁଷ୍ଠିତ ହେବ। ୨୦୨୩ ମଧ୍ୟରେ ନ୍ୟୁଜିଲାଣ୍ଡ, ପାକିସ୍ତାନ, ଆଫଗାନିସ୍ତାନ, ୱେଷ୍ଟ ଇଣ୍ଡିଜ ଆଦି କ୍ରିକେଟ ଦର ବାଂଲାଦେଶ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!