302

ଶବ୍ଦ..

ସତ୍ୟକୁ ନିଶବ୍ଦତା ଭିତରକୁ ଠେଲିଦିଅନା,
ସତ୍ୟକୁ ଶବ୍ଦ ଦିଅ,
ଯଦିବା ଶବ୍ଦ ନ ଦିଅ,
ସତ୍ୟର ନିଜସ୍ୱ ଶକ୍ତି ଅଛି..
ସର୍ବତ୍ର ବଞ୍ଚିରହିପାରିବ,
ସତ୍ୟ କେବେ ମରିପାରେନା!
ଶବ୍ଦରେ ବି ଉର୍ଜା ଅଛି,
ସେମାନେ ନିଶବ୍ଦରେ ବଞ୍ଚିରହିପାରନ୍ତି,
ଅନ୍ତରର ଗହିରିରେ
ଜଳ, ବାୟୁ ଓ ଖାଦ୍ୟ ବିନା,
ତମେ ଓଠରେ ଯେତେକିଛି ବି ଶବ୍ଦ ନିଅ
ସବୁଥିରେ ପ୍ରତିବିମ୍ବିତ ନିଜସ୍ଵ ଭାବନା,
ଯେଉଁ ଭାବନା କେବେ ନିଜ  ଇଚ୍ଛାରେ
ଚାହିଁଲେ ବି ଲୁଚିପାରେନା ,
ବା ଭାବନାକୁ ଲୁଚେଇ
ଜୀବନକୁ ଗଡେଇ ନିଅନା !
ଶବ୍ଦ ଭାବନାର ଫସଲ,
ସମ୍ବେଦନାର ଫସଲ ଭାବନା,
ଭାବନାକୁ ଶକ୍ତି ଦିଏ ଶବ୍ଦ,

ଶବ୍ଦରେ ଯେବେ ଯୋଡିହୁଏ ସମ୍ବେଦନା !!

 

– Dr B K Prasanta Kumar

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!