149

ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଯୁବକ ଅଟକ ।

ବ୍ରହ୍ମପୁର,୧୯/୮( ଓଡିଆନ ମିଡ଼ିଆ ):ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ହୁଗୁଳାପଟା ଗ୍ରାମରେ ଜଣେ ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଜଣେ ଯୁବକଙ୍କୁ ପୋଲିସ  ଅଟକ ରଖିଥିବା ନେଇ ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି ।ଘଟଣା ସମ୍ପର୍କରେ ଜାଣିବାକୁ ମିଳିଛି ଯେ, ହୁଗୁଳାପଟା ଗ୍ରାମର ଠାକୁରାଣୀ ମନ୍ଦିର ସାହି ନିବାସୀ ଜଣେ ୨୫ବର୍ଷ ର ଯୁବକ ଉକ୍ତ ଗ୍ରାମର ଜଣେ ନାବାଳିକା ଝିଅକୁ ଜୋର ଜରବରଦସ୍ତ ଅସଦବ୍ୟବହାର କରିଥିବା ନେଇ ନାବାଳିକାର ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ।ଏହି ଅଭିଯୋଗ ପ୍ରକାରେ ଅଭିଯୁକ୍ତ ଯୁବକ ବିରୋଧରେ ସଦର ଥାନାରେ ୨୩୫/୩୦ ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ସଦର ଥାନା ଏସଆଈ ରଶ୍ମିରଞ୍ଜନ ବେହେରା ଏବଂ ନିମଖଣ୍ଡି ଫାଣ୍ଡି ଅଧିକାରୀ ହୁଗୁଳାପଟା ଗ୍ରାମରେ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିବା ନେଇ ଥାନା ଅଧିକାରୀ ସନ୍ତୋଷିନି ଓରାମଙ୍କ ଠାରୁ ସୂଚନା ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!