71

 ସତ୍କାର ପାଇଁ ମିଳୁନି ଜାଗା, ରାଜପଥରେ ମୃତଦେହକୁ ଧରି ଠିଆ ହେଲା ଆମ୍ବୁଲାନ୍ସ

ଭଦ୍ରକ,୧୯/୮:  ମୃତଦେହକୁ ସତ୍କାର ପାଇଁ ମିଳୁନି ଜାଗା । ରାଜପଥରେ ଠିଆ ହେଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ବାହାରେ ପିପିଇ କିଟ ପିନ୍ଧି ଆମ୍ବୁଲାନ୍ସ ଚାଳକ ଓ ଦୁଇ ଜଣ ସମ୍ପର୍କୀୟ ବାହାରେ ଅପେକ୍ଷା କଲେ ।  ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ସହର ଓଭର ବ୍ରିଜ ନିକଟରେ । ମୃତକ କୋଭିଡ କେୟାରରେ ଚିକିତ୍ସିତ ହୋଇଥିଲେ । ତାଙ୍କର ମୃତ୍ୟୁ ହେବା ପରେ ତାଙ୍କ ପୁଅଙ୍କୁ ଛାଡି ଆଉ କାହାକୁ ତାଙ୍କ ପାଖକୁ ଯିବା ପାଇଁ ଅନୁମତି ମିଳିଲାନି । ତେବେ ମୃତଦେହକୁ ଧରି ଆମ୍ବୁଲାନ୍ସରେ  ଶବ ସତ୍କାର ପାଇଁ ସହରର ଅନେକ ଶ୍ମଶାନକୁ ଗଲେ  । କିନ୍ତୁ ସ୍ଥାନୀୟ ଲୋକେ ମୃତଦେହକୁ ସତ୍କାର ପାଇଁ ଅନୁମତି ଦେଲେନି । ଶେଷରେ ସବୁଠି ବୁଲିବୁଲି ଆସି ରାଜପଥ କଡ଼ରେ ଠିଆ ହୋଇଥିବା ଦୃଶ୍ୟ ଆମ ହସ୍ତଗତ ହୋଇଛି ।  ପ୍ରଶାସନର ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି । ଜିଲ୍ଲାପାଳ କହିଛନ୍ତି ଯେ ଘଟଣାର ଅନୁଧ୍ୟାନ କରାଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!