137

କରୋନାକୁ ମାତ୍ ଦେଇଥିବା ଶମ୍ଭୁ ପଣ୍ଡାଙ୍କ ଦୀର୍ଘାୟୁ କାମାନା କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

 ଗଞ୍ଜାମ,୨୦/୮(ମନୋଜ ପାତ୍ର):ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦିଗପହଣ୍ଡି ଏନ.ଏ.ସି.ରେ ବସବାସ କରୁଥିବା ଶମ୍ଭୁ ପଣ୍ଡା ନାମକ ଜଣେ ୮୫ ବର୍ଷର ବୟସ୍କ ବ୍ୟକ୍ତି କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ସ୍ଥିତ ଟାଟା କୋଭିଡ଼ କେୟାର ସେଣ୍ଟରେ ଭର୍ତି ହୋଇଥିଲେ   । ଦୀର୍ଘ ୧୮ ଦିନ ଧରି ହସ୍ପିଟାଲରେ ଚିକିତ୍ସା ହେବା ପରେ ବର୍ତ୍ତମାନ ସୁସ୍ଥ ହେବା ସହ କରୋନାକୁ ମାତ୍ ଦେଇ ସେ ନିଜ ଘରକୁ ଫେରିଛନ୍ତି ଏବଂ ସ୍ୱାସ୍ଥ୍ୟବାନ ଅଛନ୍ତି । ତାଙ୍କ ଅସୀମ ଶକ୍ତି ପାଇଁ ତାଙ୍କୁ ଯେଉଁ ଡାକ୍ତର ଚିକିତ୍ସା କରିଥିଲେ ତାଙ୍କୁ କୃତଜ୍ଞତା ଜଣାଇଥିଲେ । ସେହିପରି ହସ୍ପିଟାଲର କତୃପକ୍ଷ ଏବଂ ସହଯୋଗ ହାତବଢାଇ ସୁସ୍ଥ କରିଥିଲେ ସେମାନେ ସମସ୍ତେ ଧନ୍ୟବାଦର ପାତ୍ର ଅଟନ୍ତି ବୋଲି କହିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରୁ ୮୫ ବର୍ଷ ପରିଣତ ବୟସରେ କରୋନା ସହିତ ଯୁଦ୍ଧ କରି ଜୟଯୁକ୍ତ ହୋଇଛନ୍ତି ଏବଂ ବର୍ତ୍ତମାନ ଘରକୁ ଫେରିଥିବା ହେତୁ ସମସ୍ତେ ଖୁସି । ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଶ୍ରୀ ଶମ୍ଭୁ ପଣ୍ଡାଙ୍କ ଦୀର୍ଘାୟୁ କାମନା କରୁଛି ବୋଲି ଓଡ଼ିଶା ବିଧାନ ସଭା ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!