88

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଗଞ୍ଜାମ,୨୦/୮(ଓଡିଆନ ମିଡ଼ିଆ):କରୋନା ସଂକ୍ରମଣ ମୁକାବିଲା କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ଯୋଦ୍ଧାଙ୍କୁ ଓଡିଶା ବ୍ରାହ୍ମଣ ସମିତି ଏବଂ ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । କରୋନା ଯୋଦ୍ଧାଙ୍କ ମନବଳ ବୃଦ୍ଧି ନିମନ୍ତେ ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି ।ଏହି ପରିପେକ୍ଷୀରେ କଟକ ଜିଲ୍ଲା ଟାଙ୍ଗୀ ଥାନାରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଏଥିରେ ଭାରପ୍ରାପ୍ତ ଥାନା ଅଧିକାରୀ ପଦାର ବିନ୍ଦ ତ୍ରିପାଠୀ,କର୍କଟ ରୋଗ ଚିକିତ୍ସିକା ତଥା ସମାଜସେବୀ ଡ଼ଃ ଜ୍ୟୋତି କର,ସମାଜସେବୀ ସସ୍ମିତା ଦାସ ଏବଂ ସୋଭାଗ୍ୟ ଲେଙ୍କାଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା ।ବରିଷ୍ଠ ସଂରକ୍ଷକ ପ୍ରଚାର୍ଯ୍ୟ ମନୋଜ ପାଣିଗ୍ରାହୀ,ରାଷ୍ଟ୍ରୀୟ ସଂଗଠନ ପ୍ରଭାରୀ ଆଚାର୍ଯ୍ୟ ଅଶୋକ କୁମାର ମିଶ୍ର,ପ୍ରଦେଶ ଉପାଧ୍ୟକ୍ଷ ଅରୂପାନନ୍ଦ କରଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରାଜେନ୍ଦ୍ର ଦାସ,ପ୍ରଦେଶ ସଚିବ ଦୀପକ କୁମାର ଷଢଙ୍ଗୀଙ୍କ ସମେତ ବହୁ କର୍ମକର୍ତ୍ତା ସହଯୋଗ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!