ମୁମ୍ବାଇ ୨୦/୮: ଲୋକପ୍ରିୟ ଚିତ୍ରଶିଳ୍ପୀ ରାମ ଇନ୍ଦ୍ରନୀଲ କାମତଙ୍କ ପରଲୋକ ହୋଇ ଯାଇଛି। ତାଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ଘରର ବାଥଟବରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ମୁମ୍ବାଇର ମାଟୁଙ୍ଗାରେ ରହୁଥିଲେ। ପୋଲିସ୍ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରିଛି। ପୋଲିସ୍ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରୁଛି। ପୋଲିସକୁ ଘଟଣାସ୍ଥଳରୁ ସୁଇସାଇଡ ନୋଟ୍ ମଧ୍ୟ ମିଳିଛି। କୁହାଯାଉଛି ଯେ କାମତ ନିଜ ସୁଇସାଇଡ ନୋଟରେ କାହାକୁ ବି ଏହି ଘଟଣା ପାଇଁ ଦୋଷୀ କହି ନାହାନ୍ତି। ପୋଲିସ୍ ଇନ୍ଦ୍ରନୀଲ କାମତଙ୍କ ପରିବାର ଲୋକ ଏବଂ ସମ୍ପର୍କୀୟଙ୍କୁ ପଚରାଉଚୁରା କରୁଛି। ସୂଚନା ମିଳିଥିଲା ଯେ ରାମ କାମତ ଦୀର୍ଘ ଦିନରୁ ମାନସିକ ଅବସାଦରେ ଥିଲେ ଏବଂ ଲକଡାଉନରେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା। ରାମଙ୍କୁ ମାତ୍ର ୪୧ବର୍ଷ ହୋଇଥିଲା। ସେ ନିଜ ମାଆଙ୍କ ସହ ରହୁଥିଲେ।ପେଶାଗତଭାବେ ରାମ ଜଣେ ଆର୍ଟିଷ୍ଟ ହେବା ସହ ଫଟୋଗ୍ରାଫର ମଧ୍ୟ ଥିଲେ। ତାଙ୍କ ଗ୍ଲାସ୍ଓ୍ବାର୍କ ପେଣ୍ଟିଂ ମୁମ୍ବାଇର ଆର୍ଟ ସର୍କିଟରେ ଖୁବ୍ ପ୍ରସିଦ୍ଧ ଥିଲା। ସେ ମାଇଥୋଲୋଜିଷ୍ଟ ମଧ୍ୟ ଥିଲେ। ସେ ନିଜକୁ ମହାଲକ୍ଷ୍ମୀଙ୍କ ସବୁଠୁ ଗେହ୍ଲା ପୁଅ କହୁଥିଲେ। ରାମ ଇନ୍ଦ୍ରନୀଲ କାମତଙ୍କ ପରଲୋକରେ ତାଙ୍କ ପରିବାର ଲୋକେ ଏବଂ ସମ୍ପର୍କୀୟ ସ୍ତବ୍ଧ ଅଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |