55

ଦିଲ୍ଲୀ ଏମ୍ସରେ ଆଜି ଠାରୁ ୨ ରୁ ୧୮ ବର୍ଷ ବର୍ଗଙ୍କୁ କୋଭାକ୍ସିନ ଟିକାର ଟ୍ରାଏଲ

ନୂଆଦିଲ୍ଲୀ, ୭/୬: ଶିଶୁଙ୍କ ପାଇଁ ଆସୁଛି କରୋନା ଭାକସିନ୍ । ଖୁବ୍ ଶୀଘ୍ର  ଶିଶୁମାନଙ୍କୁ ଟିକା ଦିଆଯିବ। ଦିଲ୍ଲୀ ଏମ୍ସରେ ସୋମବାରଠାରୁ ୨ ରୁ ୧୮ ବର୍ଷ ବର୍ଗଙ୍କୁ କୋଭାକ୍ସିନ ଟିକାର ଟ୍ରାଏଲ ପ୍ରକ୍ରିୟା ଆରମ୍ଭ ହେବ। ଯଦି ଏହି ପରୀକ୍ଷଣ ସଫଳ ହୁଏ ତେବେ ଖୁବ୍ ଶୀଘ୍ର ଶିଶୁମାନଙ୍କୁ ଟିକାକରଣରେ ସାମିଲ କରାଯିବ । ସୂଚନାନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୧୭ ଜଣ ଶିଶୁଙ୍କୁ ଟ୍ରାଏଲରେ ସାମିଲ କରାଯାଇଛି। ୮ ସପ୍ତାହ ମଧ୍ୟରେ ଏହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଟ୍ରାଏଲ ପାଇଁ ପ୍ରଥମେ ପିଲାମାନଙ୍କର ସ୍କ୍ରିନିଂ କରାଯିବ। ତାଙ୍କୁ ସମ୍ପୂର୍ଣ୍ଣ ରୂପରେ ସୁସ୍ଥ ଜାଣିବା ପରେ ଯାଇ ଟିକା ଦିଆଯିବ। ଟ୍ରାଏଲ ପ୍ରକ୍ରିୟାର ବହୁ ପର୍ଯ୍ୟାୟ ରହିଛି। ପ୍ରଥମ ପର୍ଯ୍ୟାୟରେ ୧୭ ଜଣ ପିଲାଙ୍କୁ ନେଇ ପରୀକ୍ଷଣ କରାଯିବ। ସେମାନଙ୍କୁ ଭାରତ ବାୟୋଟେକ ଏବଂ ଆଇସିଏମଆରର ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଦିଆଯିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!