43

ସମସ୍ତଙ୍କୁ ମାଗଣା ଟିକା ଦେବାକୁ ବଡ ଘୋଷଣା : ମୋଦୀ

ନୂଆଦିଲ୍ଲୀ,୦୭।୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସଙ୍କଟ ମଧ୍ୟରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି   । ଏହା ସହ ସମସ୍ତ ଦେଶବାସୀଙ୍କୁ ମାଗଣାରେ ଟିକା ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା ହୋଇଛି । ଏନେଇ ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା ଯୋଗାଇବ କେନ୍ଦ୍ର । ଜୁନ୍ ୨୧ ସୋମବାର ଠାରୁ ସମସ୍ତଙ୍କୁ ମାଗଣାରେ ଟିକା ଦେବ କେନ୍ଦ୍ର । ଉତ୍ପାଦିତ ଟିକାର ୭୫% ରାଜ୍ୟମାନଙ୍କୁ କେନ୍ଦ୍ର ଟିକା ଯୋଗାଇବ । ଯେଉଁମାନେ ଚାହିଁବେ ଟଙ୍କା ଦେଇ ଟିକା ନେଇପାରିବେ । ଟଙ୍କା ଦେଇ ଘରୋଇ ହସ୍ପିଟାଲରୁ ଲୋକମାନେ ଟିକା ନେଇପାରିବେ । ଘରୋଇ ହସ୍ପିଟାଲ ୧୫୦ ଟଙ୍କା ସର୍ଭିସ ଚାର୍ଜ ନେଇ ଟିକା ଦେବେ । ଘରୋଇ ହସ୍ପିଟାଲ ଟିକାକରଣ ଉପରେ ରାଜ୍ୟ ନଜର ରଖିବ । ଦ୍ୱିତୀୟ ଲହରରେ ଦେଶର ପରିସ୍ଥିତିକୁ ନେଇ ଚର୍ଚ୍ଚା କରି ମୋଦୀ କହିଛନ୍ତି ଯେ, ‘ କରୋନାର ୨ୟ ଲହରରେ ଆମର ଲଢେଇ ଜାରି ରହିଛି । ଅନେକ ନିଜର ପରିଜନ ଓ ପରିଚିତଙ୍କୁ ହରାଇଛନ୍ତି । ବିଗତ ଶହେ ବର୍ଷ ମଧ୍ୟରେ ଏହା ସବୁଠାରୁ ବଡ ମହାମାରୀ । ଏଭଳି ମହାମାରୀ ଆଧୁନିକ ବିଶ୍ୱ କେବେ ଦେଖିଥିଲା ନା ଅନୁଭବ କରିଥିଲା । ଏଭଳି ମହାମାରୀ ବିରୋଧରେ ସାରା ଦେଶ ଏକାଠି ହୋଇ ଲଢିଛି । ବିଗତ ଦେଢବର୍ଷରେ ଦେଶରେ ନୂଆ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ହୋଇଛି । ପୂର୍ବରୁ ମେଡିକାଲ ଅକ୍ସିଜେନର କେବେ ଏଭଳି ଆବଶ୍ୟକ ପଡିନଥିଲା । ଅକ୍ସିଜେନ ପାଇଁ ଜଳ, ସ୍ଥଳ, ଆକାଶ ସବୁକୁ ବ୍ୟବହାର କରାଯାଉଛି । ଜରୁରୀ ଔଷଧର ଉତ୍ପାଦନକୁ ଅନେକ ଗୁଣ ବୃଦ୍ଧି କରାଯାଇଛି ।’

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!