41

ଭାରତରେ କରୋନା ପ୍ରତିବନ୍ଧ କୋହଳ ନ କରିବା ପାଇଁ ଡବ୍ଲୁଏଚଓର ଚେତାବନୀ

ନୂଆଦିଲ୍ଲୀ,୮/୬ : ଭାରତରେ କରୋନା ପ୍ରତିବନ୍ଧ କୋହଳ ନ କରିବା ପାଇଁ ଡବ୍ଲୁଏଚଓର ଚେତାବନୀ ।  କଟକଣା କୋହଳ କରିବା ନିଷ୍ପତ୍ତି ଉପରେ ବିଚାର କରିବା ଜରୁରୀ । ସଂକ୍ରମଣ କମୁଥିବାରୁ ଶୀଘ୍ର ପ୍ରତିବନ୍ଧକ ହଟାଇବା ବିପଦକୁ ଖୋଲାଖୋଲି ଆମନ୍ତ୍ରଣ କରିବା ସହ ସମାନ । ଭାରତରେ କରୋନା ପ୍ରତିବନ୍ଧ କୋହଳ କରୁଥିବା ବେଳେ ଏପରି ଚେତାବନୀ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ । ସେ କହିଛନ୍ତି, ଡେଲଟା ଭାରିଏଣ୍ଟ ସମେତ ଅନ୍ୟ ଭାରିଏଣ୍ଟର ଦ୍ୱାରା ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତିବନ୍ଧ ହଟାଇବା ବିପଜ୍ଜନପ ସାବ୍ୟସ୍ତ ହୋଇପାରେ । ଯେଉଁମାନେ ଏବେ ସୁଦ୍ଧା କରୋନା ଭ୍ୟାକ୍ସିନ ନେଇନାହାନ୍ତି, ସେମାନଙ୍କ ପାଇଁ ଏହା ଅଧିକ ବିପଦପୂର୍ଣ୍ଣ ହେବ । ଦେଶରେ ଦୁଇ ମାସ ଧରି କରୋନାର ଦ୍ୱିତୀୟ ଲହରୀ ସହ ଲଢ଼େଇ କରିବା ପରେ ଏବେ ଧୀରେ ଧୀରେ ସଂକ୍ରମଣ ସାମାନ୍ୟ ହେଉଛି । ଏହାକୁ ଦୃଷ୍ଟିରେ ରଖି କିଛି ରାଜ୍ୟରେ କରୋନା କଟକଣା କୋହଳ କରାଯାଉଛି । ଅନ୍ୟ କିଛି ରାଜ୍ୟରେ ଏବେ ବି ପ୍ରତିବନ୍ଧକ ବଳବତ୍ତର ରହିଛି । ଏହାପୂର୍ବରୁ ମଧ୍ୟ ଡବ୍ଲ୍ୟୁଏଚଓ କରୋନାର ଡେଲଟା ଭାରିଏଣ୍ଟ୍ ପାଇଁ ଭାରତକୁ ସତର୍କ କରାଇଥିଲା । ଭାରତରେ ସର୍ବପ୍ରଥମେ ଚିହ୍ନଟ ହୋଇଥିବା B.1.617ର ତିନୋଟି ଭାରିଏଣ୍ଟ ମଧ୍ୟରୁ ଗୋଟିଏ ଏବେ ଚିନ୍ତାର କାରଣ ସାଜିଥିବା କହିଥିଲା WHO । B.1.617.2 ଭାରିଏଣ୍ଟ୍ ଭୟ ସୃଷ୍ଟି କରୁଥିବା ବେଳେ ସବୁଠାରୁ ଅଧିକ ସଂକ୍ରାମକ । ଭାଇରସର ଅବଶିଷ୍ଟ ଦୁଇ ଭାରିଏଣ୍ଟର ସଂକ୍ରମଣ କ୍ଷମତା ତୁଳନାତ୍ମକ ଭାବେ କମ୍ । ମିଳିତ ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସି ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ B.1.617.2 ର ସଂକ୍ରମଣର ବୃଦ୍ଧି ହାର ଉପରେ ନଜର ରଖାଯାଇଛି । ଏହି କାରଣରୁ ଅନେକ ଦେଶରେ ସଂକ୍ରମଣର ବୃଦ୍ଧି ଘଟୁଥିବା ଜଣାପଡ଼ିଛି । ଏହି ଭାରିଏଣ୍ଟ ଉପରେ ନଜର ରଖିବା ଓ  ଏହା ଉପରେ ଅଧ୍ୟୟନ କରିବାକୁ ପ୍ରାଥମିକତା ଦେଉଛି ଡବ୍ଲୁଏଚଓ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!