33

ତୃତୀୟ ଲହର କେତେ ପ୍ରଭାବୀ ହେବ ତାହା କହିବା କଷ୍ଟକର

ନୂଆଦିଲ୍ଲୀ ୦୮/ ୦୬ : କୋଭିଡର ତୃତୀୟ ଲହର କେତେ ପ୍ରଭାବୀ ହେବ ତାହା କହିବା କଷ୍ଟକର ଏବଂ ଏହା ଛୋଟ ଛୋଟ ଶିଶୁମାନଙ୍କ ପ୍ରତି କିଭଳି ପ୍ରଭାବ ଦେଖାଇବ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ତୃତୀୟ ଲହର ପିଲାମାନଙ୍କ ପାଇଁ କେତେ ଘାତକ ହେବ ତାହା ଆକଳନ କରିବା ମୁସ୍କିଲ । ଏଭଳି ବୟାନ ଦେଇଛନ୍ତି ଏମସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିୟା । ଡାକ୍ତର ଗୁଲେରିଆ କହିଛନ୍ତି, ‘ତୃତୀୟ ଲହରକୁ ନେଇ ଆମ ପାଖରେ କୌଣସି ଡାଟା ନାହିଁ । ତେଣୁ ଏହା କହିବେ ମୁସ୍କିଲ ଯେ, ପିଲାମାନଙ୍କ ପାଇଁ ତୃତୀୟ ଲହର କେତେ ଘାତକ ହେବ ।’
ସେ ଆହୁରି ମଧ୍ୟ କହିଛନ୍ତି, ‘ନୂଆ ନୂଆ ଭ୍ୟାରିଆଣ୍ଟ ଯୋଗୁ୍ଁ କୋଭିଡର ଗୋଟିଏ ପରେ ଗୋଟିଏ ଲହର ସାମ୍ନାକୁ ଆସୁଛି । ଲକଡାଉନ ହେବା ଯୋଗୁଁ ସଂକ୍ରମଣ ବ୍ୟାପକ ଭାବେ କମୁଛି । କିନ୍ତୁ ଥରେ ଲକଡାଉନ ଖୋଲିବା ପରେ ପୁଣି ଥରେ ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନା ଖୁବ ବଢିଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!