39

ପୁଣି ବଢିଲା ପେଟ୍ରୋଲ, ଡିଜେଲ ମୂଲ୍ୟ

ନୂଆଦିଲ୍ଲୀ ୯/୬: ଦେଶରେ ଗୋଟିଏ ଦିନ ଥମିବା ପରେ ଆଜି ପୁଣି ବଢିଛି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଆଜି ୧୯ ପଇସା ବୃଦ୍ଧି ପାଇଛି । ଯାହା ପରେ ରାଜଧାନୀ ଦିଲ୍ଲୀରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ବର୍ତ୍ତମାନ ୯୫.୫୬ କୁ ବୃଦ୍ଧି ପାଇଛି । ଯାହାକି ଏପର୍ଯ୍ୟନ୍ତ ସର୍ବାଧିକ ଅଟେ । ଏହି ସମୟରେ, ଡିଜେଲ ଲିଟର ମୂଲ୍ୟ ହେଉଛି ୮୬.୪୭ । ଚଳିତ ବର୍ଷ ମେ ୪ ପରେ ପେଟ୍ରୋଲ ଏବଂ ଡିଜେଲ ୨୨ ଥର ମହଙ୍ଗା ହୋଇଛି ।ପେଟ୍ରୋଲ ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ଏକ ଐତିହାସିକ ସ୍ତରରେ ପହଞ୍ଚିଛି । ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଲଦାଖ ସମେତ ୬ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି । ଏଥି ସହିତ ମୁମ୍ବାଇରେ ଏକ ଲିଟର ପେଟ୍ରୋଲ ବର୍ତ୍ତମାନ ୧୦୧ଟଙ୍କା ପାଇଛି । ଦେଶର ପେଟ୍ରୋଲ ଏବଂ ଡିଜେଲ ଉପରେ ରାଜସ୍ଥାନ ସର୍ବାଧିକ ଭ୍ୟାଟ୍ ଆଦାୟ କରୁଛି । ଏହା ପରେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ତାଲିକାରେ ରହିଛି ।ଅନ୍ତର୍ଜାତୀୟ ବଜାରରେ ଗତ ୧୫ ଦିନର ହାରାହାରି ମୂଲ୍ୟ ଆଧାରରେ ତୈଳ କମ୍ପାନୀଗୁଡିକ ଘରୋଇ ବଜାରରେ ଦୈନିକ ମୂଲ୍ୟ ସ୍ଥିର କରନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!