51

ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁକୁ ଖାଦ୍ୟ ନମିଳିବା ନେଇ ଅଭିଯୋଗ କଲେ ମା’

ମହାକାଳପଡ଼ା ୧୦/୦୬:- ମହାକାଳପଡ଼ା ବ୍ଲକ ବଉଳକଣି ପଂଚାୟତ ପ୍ରଭାକରପୁର (୧) କେନ୍ଦ୍ରରେ କୋମଳମତି ଶିଶୁମାନଙ୍କୁ ଅଙ୍ଗନୱାଡ଼ି କେନ୍ଦ୍ରରୁ ଅଣ୍ଡା, ଛତୁଆ, ରାଶନ, ନମିଳିବା ନେଇ ବିଭାଗୀୟ ଅଧିକାରୀଙ୍କ ନିକଟରେ ମହିଳାମାନେ ଅଭିଯୋଗ କରିବା ପରେ ଏ ନେଇ ଆଜି ତଦନ୍ତ ଆରମ୍ଭ ହୋଇଛି । ସୁପରଭାଇଜର ଶୈଳବାଳା ବେହେରା କେନ୍ଦ୍ର ଅଧିନରେ ଆସୁଥିବା ଅଭିଭାବକମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ବୁଝିଛନ୍ତି । ଅନିମା ବିଶ୍ୱାସ, ସୁରେଖା ରଥ, ବୁଦିନି ଖିଲାର, କୁନି ରାଉତ, ମୁଦିନି ଖିଲାର, ଚଂଚଳା ବିଶ୍ୱାସ ପ୍ରମୁଖ ଅଭିଯୋଗ କରିଛନ୍ତି, ସେମାନଙ୍କ ଶିଶୁମାନଙ୍କୁ ମାସ ମାସ ଧରି ଅଣ୍ଡା ଦିଆଯାଉନାହିଁ । କରୋନା ସମୟରେ ଚାଉଳ, ଡାଲି, ପରିବା ଯୋଗାଇ ଦିଆଯିବାର ବ୍ୟବସ୍ଥା ଥିଲେ ମଧ୍ୟ ତାହା ଦିଆଯାଉନାହିଁ । ଏପରିକି ଜିନିଷ ବାଂଟିବା ଦିନ ଆମେମାନେ ନଯାଇ ପାରିବୁ ତାପରଦିନ ଦିଆଯାଉନାହିଁ ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି । ଏହି କେନ୍ଦ୍ର ଅଧିନରେ ଅନେକ ଆଦିବାସୀ ହରିଜନ, ପଛୁଆବର୍ଗର କୋମଳମତି ଛାତ୍ରଛାତ୍ରୀମାନେ ଅଙ୍ଗନୱାଡ଼ି କେନ୍ଦ୍ରକୁ ପାଠପଢ଼ି ଆସିଥାନ୍ତି । ଅନିମା ବିଶ୍ୱାସ ଅଭିଯୋଗ କରିଛନ୍ତି ତାଙ୍କର ବଡ଼ପୁଅକୁ ୬ମାସରୁ ଉର୍ଦ୍ଧ୍ୱ ହେବ କୌଣସି ଜିନିଷ ମିଳିନାହିଁ । ସେହିପରି ସୁରେଖା ରଥ କହିଛନ୍ତି ଆମପିଲାଙ୍କୁ ମାତ୍ର ଗୋଟିଏ ହଳ ପୋଷାକ ଦେଇଛନ୍ତି । ସେହିପରି ଅନ୍ୟ ମା ମାନଙ୍କ ଅଭିଯୋଗ କରିଛନ୍ତି ଆମ୍ଭମାନଙ୍କୁ ପୋକରା ସୁଜି ଛତୁଆ ଦିଆଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!