34

ଏବର୍ଷ ମଧ୍ୟ ବିନା ଭକ୍ତରେ ହେବ ରଥଯାତ୍ରା

ଭୁବନେଶ୍ୱର ୧୦।୦୬:  ଗତ ବର୍ଷ ଭଳି  ଏଥର ମଧ୍ୟ ପୁରୀରେ ହେବ ଭକ୍ତ ଶୁନ୍ୟ ରଥଯାତ୍ରା । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି ।ରଥଯାତ୍ରା ସମୟରେ ପୁରୀରେ ଲାଗିବ କର୍ଫ୍ୟୁ । ବାହାର ଲୋକଙ୍କୁ ପୁରୀରେ ପ୍ରବେଶ ନିଶେଦ୍ଧ । ପୁରୀ ଟ୍ରେନ ସମେତ ଅନ୍ୟ ଯାନକୁ ପ୍ରବେଶ ମନା ।ଏହି ରଥଯାତ୍ରାରେ କେବଳ ସେବାୟତ ଭାଗ ନେଇପାରିବେ । ରଥ ଟାଣିବାକୁ ଅନୁମତି ଦିଆଯିବ ନାହିଁ । କେବଳ ସେବାୟତ ଓ ସୁରକ୍ଷାକର୍ମୀ ହିଁ ଟାଣି ପାରିବେ । ରଥଯାତ୍ରା ନେଇ ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା । କୋଭିଡ୍ ନେଗେଟିଭ୍ ଥିବା ସେବାୟତଙ୍କୁ ମିଳିବ ଅନୁମତି । ଯେଉଁ ସେବାୟତ ସୁଇଥର ଟିକା ନେଇସାରିଥିବେ କିମ୍ବା ଆରଟିପିସିଆର ରିପୋର୍ଟ ନେଗେଟିଭ୍ ଆସିବ ସେମାନେ ନିତିକାନ୍ତିରେ ଭାଗ ନେଇପାରିବେ । କିନ୍ତୁ ମନ୍ଦିର ଭିତରେ ହେବାକୁ ଥିବା ନୀତିକାନ୍ତି ହେବ । ମନ୍ଦିର ବାହାରେ କୌଣସି ନୀତିକାନ୍ତି ହେବ ନାହିଁ । ଗୋଟିଏ ରଥରେ ୫୦୦ରୁ ଅଧିକ ଲୋକ ରହିପାରିବେ ନାହିଁ । ଏସଆରସିଙ୍କ ସୂଚନା ଅନୁଯାୟୀ ଏହି ରଥଯାତ୍ରା କେବଳ ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ଅନୁମତି ନାହିଁ ।ରଥଯାତ୍ରାର ସିଧା ପ୍ରସାରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । କେବଳ ଡିଡି ଚ୍ୟାନେଲ୍‌କୁ ସିଧା ପ୍ରସାରଣ ପାଇଁ ଅନୁମତି ଦିଆଯିବ । ଅନ୍ୟ କୌଣସି ଚ୍ୟାନେଲ୍‌କୁ ସିଧାପ୍ରସାରଣ ପାଇଁ ଅନୁମତି ଦିଆଯିବନାହିଁ । ଦୂରଦର୍ଶନର ଫିଡ୍‌କୁ ନେଇ ଅନ୍ୟ ଟିଭି ଚ୍ୟାନେଲ୍‌ ପ୍ରସାରଣ କରିପାରିବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!