37

ରଥ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁନିଗୁଡା,୧୦/୬ (ନନ୍ଦ କିଶୋର ପଟ୍ଟନାୟକ):ଚଳିତ ବର୍ଷ ରଥ ଯାତ୍ରା ପାଇଁ ରାୟଗଡା ଜିଲ୍ଲା ମୁନିଗୁଡା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ କମିଟିର ସଭାପତି ତଥା ପୂର୍ବତନ ବିଧାୟକ ସାରଙ୍ଗଧର କାଡ୍ରାକାଙ୍କ ସଭାପତିତ୍ବରେ ମନ୍ଦିର ପରିସରରେ କୋଭିଡି ନିୟମା ଅନୁଯାୟୀ ଚଳିତ ବର୍ଷର ଘୋଷଯାତ୍ରା ଅନୁଷ୍ଠିତ କିପରୀ ହେଵ ସେ ନେଇ ଏକ ପ୍ରସ୍ତୁତି ବୈଠକ ଏବଂ ଆଲୋଚନା ହୋଇଥିଲା l ଚଳିତ ବର୍ଷ ପୂରୀ ବ୍ୟତିତ ଅନ୍ୟ କୈଣସି ସ୍ଥାନରେ ରଥ ଯାତ୍ରା ହୋଇପାରିବ ନାହିଁ ବୋଲି ସରକାର ଘୋଷଣା କରିଥିବା ବେଳେ ମୁନିଗୁଡାରେ ହେବ କି ନାହିଁ ଯଦି ହେବ ତାହା ହେଲେ କିପରି ପାଳନ କରାଯିବ ସେନେଇ ଆଲୋଚନା ହୋଇଥିଲା l ଏହି ଆଲୋଚନା ବେଳେ ପରିଚାଳନା କମିଟିର ଉପସଭାପତି ଭାଗିରଥି ନାଗ,ସମ୍ପାଦକ ଭି. ଚନ୍ଦ୍ରଶେଖର ରାଓ,ସଭ୍ୟ ମାନସ ରଞ୍ଜନ ବେହେରା, ଦିବାକର ମିଶ୍ର, ସୁଧାକର ମହାରଣା, ମନୋଜ ଚୌଧୁରୀ, ସରସ୍ବତୀ ଶବର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!