42

ଶୁଖିଲା ଆମ୍ବ ଡାଳ ଭାଙ୍ଗିପଡ଼ିବାରୁ ମହିଳା ମୃତ

କାଶୀପୁର,୧୦/୬(ରତ୍ନାକର ନାୟକ):ରାୟଗଡା ଜିଲା କାଶୀପୁର ବ୍ଲକ ମାଣ୍ଡିବିସି ପଞ୍ଚାୟତ ଅନ୍ତର୍ଗତ ବାହାରପଦାମାଜି ଗ୍ରାମରେ ଆଜିସକାଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି।ନାଳରେ ଗାଧୋଇ ସାରି ଘରକୁ ଫେରୁ ଥିବା ଜଣେ ମହିଳାଙ୍କ ଉପରେରାସ୍ତା ପାର୍ଶ୍ୱରେ ବିପଦ ପୂର୍ଣ୍ଣ ଅବସ୍ଥାରେ ଥିବା ଏକ ଶୁଖିଲା ଆମ୍ବ ଗଛର ଶାଖା ହଠାତ ଭାଙ୍ଗି ଯାଇ ମହିଳାଙ୍କ ଉପରେପଡ଼ି ବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇ ଯାଇଛି।ଗ୍ରାମର ରାଜକିଶୋର ନାଏକଙ୍କ ପତ୍ନୀ ସୁମିତ୍ରା ସାହୁ (20) ଆଜି ସକାଳେ ସବୁଦିନ ଭଳି ନିକଟସ୍ଥ ଏକ ନାଳରେ ଗାଧୋଇ ବାକୁ ଯାଇଥିଲେ ।ଗାଧୋଇସାରି ଘରକୁ ଫେରୁଥିବାବେଳେ ରାସ୍ତା ପାର୍ଶ୍ୱର ଶୁଖିଲାଆମ୍ବ ଗଛର ଶାଖା ହଠାତ ତାଙ୍କ ଉପରେ ଭାଙ୍ଗିପଡିଥିଲା।ଫଳରେ ସୁମିତ୍ରା କାଠରେ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣା ଯାଇଛି ।ଗ୍ରାମବାସୀ ଙ୍କ ଉଦ୍ଧାର ବେଳେ ମହିଳାଙ୍କ ପ୍ରାଣ ବାୟୁ ଉଡ଼ି ଯାଇଥିଲା ।କାଶୀପୁର ଥାନା ପୁଲିସ ଦୁର୍ଘଟଣା ର ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।କାଶୀପୁର ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟକୁଶ ଗରଡ଼ାଙ୍କ ଉପସ୍ଥିତରେ କାଶୀପୁର ଥାନା ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ର ବ୍ୟବସ୍ଥା କରିଛି । ଏହିଘଟଣାରେପୁଲିସ ଅପମୃତ୍ୟୁ ମାମଲା ସଂଖ୍ୟା 09/21ରୁଜୁକରିତଦନ୍ତ ଜାରି ରଖିଥିବାର କାଶୀପୁର ଥାନା ଅଧିକାରୀ ପ୍ରସନ୍ନ କୁମାର ମିଶ୍ର କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!