39

ଥାଲାସେମିଆ ରୋଗୀ ସେବାରେ ବଳଦେବ ସେନା

କେନ୍ଦ୍ରାପଡ଼ା,୧୦ା୬ : ସାରା ରାଜ୍ୟରେ ଏବେ କରୋନାର ଦ୍ୱିତୀୟ ଲହର ଚାଲିଥିବା ବେଳେ ରାଜ୍ୟର ସମସ୍ତ ରକ୍ତ ଭଣ୍ଡାରରେ ପ୍ରାୟ ରକ୍ତର ଅଭାବ ପରିଲଖିତ ହେଉଛି । ଏଭଳି ଏକ ଗୁରୁତ୍ତର ପରିସ୍ଥିତିରେ ଥାଲାସେମିଆ ରୋଗୀଙ୍କ ପାଇଁ ଅଭିଭାବକଙ୍କ ପକ୍ଷରୁ କେନ୍ଦ୍ରାପଡା ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଥିବା ସମ୍ପର୍କରେ ବଳଦେବ ସେନାର କର୍ମକର୍ତ୍ତାଙ୍କୁ ଅବଗତ କରାଯାଇଥିଲା । ତେଣୁ ଥାଲାସେମିଆ ରୋଗୀଙ୍କ ପାଇଁ ଏଭଳି ଅସମୟରେ ବଳଦେବ ସେନା ‘ବିପଦର ବନ୍ଧୁ’ ସାଜି ସେନାର ସଭାପତି ପପୁନ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ରକ୍ତ ଭଣ୍ଡାର ପରିସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ସେନାର ସଭ୍ୟମାନେ ସ୍ୱେଛାକୃତ ଭାବେ ଏହି ଶିବିରରେ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ । ଏହି କାର୍ଯ୍ୟକ୍ରମର ନାମ ଥିଲା “ବିପଦର ବନ୍ଧୁ” । ଏହି ଅବସରରେ ୧୦ଜଣ ଥାଲାସେମିଆ ପିଲାମାନଙ୍କ ନିମନ୍ତେ ଖାଦ୍ୟ ବ୍ୟବସ୍ଥା କରାଯିବା ସହ ସେମାନଙ୍କ ପାଇଁ ୧୦ ୟୁନିଟ ରକ୍ତ ଦାନ କରାଯାଇଥିଲା । ସେନାର ସଭ୍ୟ ବିଜୟ ଦାସ, ରାକେଶ ପ୍ରଧାନ, ଶାସ୍ୱତ ସାହୁ, ସୈାମ୍ୟନନ୍ଦନ ବିଶ୍ୱାଳ ଓ ଶୁଭମ କର ପ୍ରମୁଖ ଶିବିର ପରିଚାଳନା କରିଥିବା ବେଳେ ମଞ୍ଜୁଲତା ଦାସ, ଅମୀୟ ପ୍ରଧାନ, ଖଗେଶ୍ୱର ବେହେରା, ରତିକାନ୍ତ ମହାପାତ୍ର, ହିମାଂଶୁ ଶେଖର ପରିଡା, ମନୋଜ ମଲ୍ଲିକ, ସମ୍ବିତ ସାମଲ, ରାକେଶ କୁମାର ବାରିକ, ଉମାକାନ୍ତ ବେହେରା ଓ ବିଶ୍ୱଜିତ ବେହେରା ପ୍ରମୁଖ ରକ୍ତଦାନ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!