67

ମାଲକାନଗିରି ଜିଲ୍ଲାର ଆଦିବାସୀ ଅବହେଳିତ, ସରକାରଙ୍କ ଯୋଜନା ବହୁ ଦୂରରେ-ସିପିଆଇ (ଏମ୍)

ସିପିଆଇ (ଏମ୍)ପକ୍ଷରୁ ସାମ୍ବାଦିକ ସମ୍ମିଳନୀ।

ମାଲକାନଗିରି, ୧୦/୬ (ଅଚ୍ୟୁତାନନ୍ଦ ଜେନା/ଶ୍ରୀନିବାସ ପଣ୍ଡା):- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମର୍କ୍ସବାଦୀ ) ପକ୍ଷରୁ ମାଲକାନଗିରି ମାଲ୍ୟବନ୍ତ ଲଜ ଠାରେ ସାମ୍ବାଦିକ ସମ୍ମିଳନୀ ହେଇଯାଇଛି। ସାମ୍ପ୍ରତିକ ପରିସ୍ଥିତିରେ କେନ୍ଦ୍ରର ବିଜେପିର ମଙ୍ଗୁଆଳ ମୋଦୀ ସରକାର ଏବଂ ରାଜ୍ୟର ନିରଙ୍କୁଶ ଶାସକ ନବୀନ ପଟ୍ଟନାୟକ କରୋନା ମହାମାରୀ ପ୍ରପୀଡ଼ିତ ଜନତାକୁ କିପରି ଭାବରେ ରକ୍ତର ଅଶ୍ରୁ ବୁହାଇବାକୁ ବାଧ୍ୟ କରିଛନ୍ତି, ନିଜର ବକ୍ତବ୍ୟ ମାଧ୍ୟମରେ ତୀବ୍ର ଭର୍ଚ୍ଛନା କରିଥିଲେ। ଏଠାରେ ପ୍ରକାଶ କରିବାକୁ ଚାହୁଁ,ସାତବର୍ଷ ପୂର୍ବେ ଅନ୍ତର୍ଜାତୀୟ ମାର୍କେଟରେ ଅଶୋଧିତ ତୈଳ ଦର ଶହେ ଚାଳିଶ ଡଲାର ଥିବାବେଳେ ପେଟ୍ରୋଲ ଲିଟର ପଞ୍ଚସ୍ତରୀ ଟଙ୍କା ମଧ୍ୟରେ ସୀମିତ ରହୁଥିଲା। ରୋଷେଇ ଗ୍ୟାସ ଚାରିସହ ପଚାଶ ଟଙ୍କା ମଧରେ ମିଳୁଥିଲା। ବିଜେପି ପଇଁତିରିସ ଟଙ୍କାରେ ପେଟ୍ରୋଲ ଦେବାକୁ ଭୁଆଁ ବୁଲେଇ କ୍ଷମତା ହାସଲ କରିବାକୁ ସକ୍ଷମ ହେବାପରେ, ବର୍ତମାନ ଅନ୍ତର୍ଜାତୀୟ ମାର୍କେଟରେ ଅଶୋଧିତ ତୈଳ ଦର ଷାଠିଏ/ସତୁରୀ ଡଲାର ମଧ୍ୟରେ ସୀମିତ ଥିଲେ ମଧ୍ୟ ସମସ୍ତ ପ୍ରତିଶୃତି ଭୁଲିଯାଇ ପେଟ୍ରୋଲ ଉପରେ ବାରମ୍ବାର କର ବୃଦ୍ଧି କରି ଶହେରୁ ଅଧିକ ବଜାର ଦର କରିଛନ୍ତି। ପୂର୍ବରୁ ଖାଉଟି ସାମଗ୍ରୀ ର ବଜାର ଦର ବିଜେପି ଶାସନ କାଳରେ ଦ୍ୱିଗୁଣିତ ବୃଦ୍ଧି ହେବା ଫଳରେ ଖାଉଟି ସର୍ଵସ୍ୱାନ୍ତ ହେଇଗଲାଣି। ଚାଷୀର ଅବସ୍ଥା ତଦ୍ରୁପ। ସର୍ବାଧିକ ଚାଷୀ ଆତ୍ମହତ୍ୟା ମୋଦୀ ସରକାର ସମୟରେ। କୃଷିଜାତ ସାମଗ୍ରୀ ମଣ୍ଡିରେ ବିକ୍ରି କରିବାକୁ ଶୁଯୋଗ ନପାଇ ଦଲାଲ ହାତରେ ଅଧା ଦରରେ ଟେକି ଦେବାକୁ ବାଧ୍ୟ ହେଉଛି। କରୋନା ସମୟରେ ପୁଞ୍ଜିପତି ମାନଙ୍କୁ ଲକ୍ଷ ଲକ୍ଷ କୋଟି ଋଣ ଛାଡ କରି ରାଜକୋଷ ଖାଲି କରି ଦେଶକୁ ଅନିଶ୍ଚିତ ବିପଦ ଆଡକୁ ଠେଲି ଦେଇଛନ୍ତି। ଗରିବ କଲ୍ୟାଣ ନାମରେ କିଛି ମାସ ବିପିଏଲ ହିତାଧିକାରୀ ଙ୍କୁ ପାଞ୍ଚ କେଜି ଚାଉଳ ଧରେଇ ଦେଇ ଭାଷଣ ବାଜିରେ ଲୋକଙ୍କୁ ଭୂତେଇ ଅସଲି ସମସ୍ୟାରୁ ଲୋକଙ୍କ ନଜର ହଟେଇବାକୁ ସକ୍ଷମ ହେଇଛନ୍ତି। କଳ କାରଖାନା ବନ୍ଦ ହେବା ପରେ କୋଟି କୋଟି ଶ୍ରମିକ ଜୀବିକା ହରେଇ ଦାଣ୍ଡର ଭିକାରୀ। ସେଥିପ୍ରତି ନଜର ନଦେଇ କେବଳ ନିର୍ବାଚନ ସର୍ବସ୍ୱ ନୀତି ଅପଣାଇବା ଫଳରେ ଦେଶର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୟନୀୟ ଅବସ୍ଥା ଆଡକୁ ଅଗ୍ରସର। ସାମ୍ବାଦିକ ସମ୍ମିଳନୀରେ ବିଶେଷ କରି ମାଲକାନଗିରି ଜିଲ୍ଲାର ଆଦିବାସୀ ମାନେ କିପରି ବର୍ତ୍ତମାନ ପର୍ଯ୍ୟନ୍ତ ଅବହେଳିତ, ତଥା ସରକାରଙ୍କ ଯୋଜନା ଠାରୁ ବହୁତ ଦୂରରେ ସେ ବିଷୟରେ ବକ୍ତବ୍ୟ ରଖିଥିଲେ। ଆଜିର ସାମ୍ବାଦିକ ସମ୍ମିଳନୀରେ ସିପିଆଇ(ଏମ୍)ରାଜ୍ୟ ସମ୍ପାଦକ କ, ଅଳି କିଶୋର ପଟ୍ଟନାୟକ, ରାଜ୍ୟ ସମ୍ପାଦକୀୟ ମଣ୍ଡଳୀ ସଭ୍ୟ କ, ଡନାର୍ଦନ ପତି,ଅନ୍ୟତମ ସମ୍ପାଦକୀୟ ମଣ୍ଡଳୀ ସଭ୍ୟ କ,ଜଗନ୍ନାଥ ମିଶ୍ର ଏବଂ ଜିଲ୍ଲା ସମ୍ପାଦକ କ, ବ୍ରଜ ମଝି ଉଦ୍ବୋଧିତ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!