55

ଅର୍ଥ ଅଭାବରେ ବାଧକ ସାଜିଛି ପିତବାସଙ୍କ ଚିକିତ୍ସା

ଗଞ୍ଜାମ,୧୧/୦୬(ମନୋଜ କୁମାର ପାତ୍ର): ୨୨ ବର୍ଷୀୟ ପୀତବାସ ପ୍ରଧାନ ଜଣେ ଆଦର୍ଶ ଛାତ୍ର ଭାବେ ବେଶ ପରିଚିତ ଅଟନ୍ତି।ତେବେ ତାଙ୍କ ପରିବାର ପାଇଁ ସେ ଥିଲେ ଏକମାତ୍ର ରୋଜଗାରକ୍ଷମ ।ଏକ ଛୋଟିଆ ଟିଉସନ୍ କରିକି ଘର ଚୋଳଉଥିଲେ କିନ୍ତୁ ଦୁର୍ଭାଗ୍ୟବଶତଃ ଗତ ୧ ବର୍ଷ ହେବ ସେ କେନସର୍ ରୋଗରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି।ସେ ବର୍ତ୍ତମାନ ବିଶାଖାପଟଣା ସ୍ଥିତ ମହାତ୍ମା ଗାନ୍ଧୀ କେନସର ହସ୍ପିଟାଲରେ ଆଡ଼ମିଟ ହୋଇଛନ୍ତି।ଅର୍ଥ ଅଭାବ ଚିକିତ୍ସା ରେ ବାଧକ ସାଜିଛି।ସୂଚନା ଅନୁସାରେ ଏହି କେନସର ରୋଗରୁ ଆରୋଗ୍ୟ ଲାଭ କରିବା ପାଇଁ ଏ ପର୍ଯ୍ୟନ୍ତ ପ୍ରାୟ ୫ ଲକ୍ଷ ଖର୍ଚ୍ଚ ହେଇସାରିଲାଣି।ପିତବାସଙ୍କୁ ଭଲ କରିବାକୁ ହେଲେ ଆଉରି ଅନେକ ଟଙ୍କା ଖର୍ଚ୍ଚ କରିବାକୁ ହେବ ବୋଲି ମେଡିକାଲ କର୍ତ୍ତୃପକ୍ଷ ଦାବୀ କରିଛନ୍ତି। ପିତବାସଙ୍କ ପରିବାର ଲୋକେ ଗରିବ ଶ୍ରେଣୀର ହେଇଥିବାରୁ ସେମାନେ ଲୋକ ଙ୍କ ଆର୍ଥିକ ସାହାଯ୍ୟ ସହିତ କିଛି ସରକାରୀ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଥିବାବେଳେ ପୀତବାସଙ୍କ ସାଙ୍ଗ ମାନେ ମଧ୍ୟ ଏକ ପାଣ୍ଠି କରି ଟଙ୍କା ଯୋଗାଡ଼ କରିବା ପାଇଁ ଚେଷ୍ଟା ଚଳେଇଛନ୍ତି। କୌଣସି ସହୃଦୟ ବ୍ୟକ୍ତି ଯଦି କିଛି ସାହାଯ୍ୟ କରିବାକୁ ଇଚ୍ଛୁକ ଅଛନ୍ତି ତାହାଲେ ଆପଣଙ୍କ ସାମର୍ଥ୍ୟ ଅନୁସାରେ କିଛି ସାହାଯ୍ୟ କରିବା ସହ ଆଶୁ ଆରୋଗ୍ୟ ଲାଭ କାମନା କରନ୍ତୁ।
Account Holder Name – Pitabash pradhan
Ifsc Code – BKID0005158
Account no. -515810510002314

Phone pay / Google pay -8144260773

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!