36

ପଶ୍ଚିମ ଓଡିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ୍

ଭୁବନେଶ୍ୱର ,୧୧/୦୬:     ରାଜ୍ୟରେ  କରୋନା  ମହାମାରୀ  ଯୋଗୁଁ ଅନେକ ଲୋକେ ନିଜର ଧନ ଜୀବନ ହରାଇସାରିଛନ୍ତି । ଏବେବି ରାଜ୍ୟରେ ଅନେକ ଅଞ୍ଚଳରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହାର ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଆଜି ପଶ୍ଚିମ ଓଡିଶା ପାଇଁ ସ୍ୱତନ୍ତ୍ର କୋଭିଡ ପ୍ୟାକେଜ୍ ଘୋଷଣା କରିଛନ୍ତିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମ ଓଡିଶାରେ କୋଭିଡ ପରିଚାଳନା ପାଇଁ ଆଉ ୨୫ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।ପଶ୍ଚିମ ଓଡିଶାରେ ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଏହି ପ୍ୟାକେଜ ଘୋଷଣା ହୋଇଛି । ସେହି ୧୧ଟି ଜିଲ୍ଲାଗୁଡିକ ଯଥା- ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ବରଗଡ, ନୂଆପଡା, ଝାରସୁଗୁଡା, ଅନୁଗୁଳ, ବୌଦ୍ଧ, ଦେବଗଡ, ସୁବର୍ଣ୍ଣପୁର ଓ ସୁନ୍ଦରଗଡ ପାଇଁ ଏହି ଅର୍ଥ ଘୋଷଣା ହୋଇଛି । କୋଭିଡ ପ୍ୟାକେଜ୍ ଦ୍ୱାରା ପଶ୍ଚିମ ଓଡିଶାର ଏହି ୧୧ ଜିଲ୍ଲା ଉପକୃତ ହେବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!