46

ରାଜକନିକାରେ ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଗଣଧାରଣା

ରାଜକନିକା,୧୧ା୬:ରାଜକନିକା ବ୍ଲକ୍ କଂଗ୍ରେସ ପକ୍ଷରୁ ଶୁକ୍ରବାର ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କଣ୍ଟପଡ଼ା ଏବଂ ଓସ୍ତିଆ ଠାରେ ରହିଥିବା ତେଲ ଟାଙ୍କି ସମ୍ମୁଖରେ ତେଲ ଦର ବୃଦ୍ଧିର ପ୍ରତିବାଦରେ ଗଣଧାରଣା ସହିତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ କଂଗ୍ରେସ ସଭାପତି ମଙ୍ଗୁଳି ଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଧାରଣା ଏବଂ ପ୍ରତିବାଦ ସଭାରେ ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ବ୍ଲକ୍ ଯୁବ କଂଗ୍ରେସ ସଭାପତି, କ୍ଷୀରୋଦ ବେହୁରିଆ, ଜିଲା ଯୁବ କଂଗ୍ରେସ ମୁଖପାତ୍ର ସତ୍ୟବ୍ରତ ପରିଡ଼ା, ଶରତ ରାଉତ, ବିଦ୍ୟାଧର ବରଜ, ଦିବ୍ୟସିଂହ ରାଉତ, ରାମଚନ୍ଦ୍ର ପୃଷ୍ଟି, ସରପଂଚ ପଙ୍କଜ ଦାସ, ଜ୍ଞାନରଞ୍ଜନ ଦାସ, ମୀନକେତନ ମହାପାତ୍ର, ଉମେଶ ଚନ୍ଦ୍ର ପରିଡ଼ା, କୃତ୍ତିବାସ ଦାସ, ସୁଶାନ୍ତ ମଲ୍ଲିକ, ଅଭିରାମ ବିଶ୍ୱାଳ, ପ୍ରମୋଦ ପତି, ମନୋରଞ୍ଜନ ବାରିକ୍‌, ଶ୍ରୀନିବାସ ନାୟକ, ମୂରଲୀଧର ନାୟକ, ରମାକାନ୍ତ ସାହୁ, ବିପିନ ବିହାରୀ ନାୟକ, ସନ୍ତୋଷ କୁମାର ନାୟକ ଏବଂ ଶୁଭମ ଜେନା ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ତୈଳଦର ବୃଦ୍ଧି ଘଟାଇ କେନ୍ଦ୍ର ସରକାର ଦରଦାମ୍ ବୃଦ୍ଧି କରିବା ସହିତ ଗରିବ ଲୋକମାନଙ୍କୁ ହଇରାଣ ହରକତ୍ ରିବା ସହିତ କରୋନ ମହାମାରୀ ସମୟରେ ଦହଗଞ୍ଜ କରୁଥିବାର ଅଭିଯୋଗ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!