63

ଡ୍ରେନ୍ ସଫା ନ ହେବାରୁ ଠିକାଦାରଙ୍କୁ କାଦୁଅରେ ବସାଇ ଉପରେ ଅଳିଆ ପକାଇବାକୁ କହିଲେ ବିଧାୟକ

ମୁମ୍ବାଇ,୩/୦୬ : ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ସପ୍ତାହେ ହେଲା ବର୍ଷା ଲାଗିରହିଛି । ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଇତି ମଧ୍ୟରେ ଡ୍ରେନ ସଫା କରିବା ନେଇ ବିରୋଧୀଦଳ ନେତା ଶିବସେନାକୁ ଟାର୍ଗେଟ କରୁଛନ୍ତି। ଏହି ସମୟରେ ଅନ୍ଧେରୀ ଅଞ୍ଚଳର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଅନ୍ଧେରୀ ଚାନ୍ଦିଭାଲି ଅଞ୍ଚଳର ଶିବସେନା ବିଧାୟକ ଦିଲୀପ ଲାଣ୍ଡେ କଣ୍ଟ୍ରାକ୍ଟରକୁ ଡ୍ରେନର ଅଳିଆ ଆବର୍ଜନା ବସାଇ ଦେଇଥିଲେ। ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଭିଡିଓ ଚାନ୍ଦବାଲିର ସଞ୍ଜୟ ନଗର ଅଞ୍ଚଳର ଯେଉଁଠାରେ ଡ୍ରେନରେ ବହୁ ପରିମାଣର ଆବର୍ଜନା ଜମା ହେବାରୁ ରାସ୍ତାରେ ଅଳିଆ ଆବର୍ଜନା ପାଣି ପ୍ରବାହିତ ହେଉଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ବିଧାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ । ସୂଚନା ଅନୁଯାୟୀ, କଣ୍ଟ୍ରାକ୍ଟରଙ୍କୁ ଏଠାରେ ସଫେଇ କାମ ଦିଆଯାଇଥିଲା କିନ୍ତୁ ସେ ନିଜ କାମକୁ ସଚ୍ଚୋଟ ଭାବରେ କରିନଥିଲେ। ତେଣୁ ବିଧାୟକ ତାଙ୍କୁ ଉଚିତ ଶିକ୍ଷା ଦେବାକୁ ଯାଇ ଏହିଭଳି କାର୍ଯ୍ୟ କରିଛନ୍ତି । କଣ୍ଟ୍ରାକ୍ଟର ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ତାଙ୍କୁ କାଦୁଅ ରାସ୍ତାରେ ବସିବାକୁ କହିଥିଲେ । କଣ୍ଟ୍ରାକ୍ଟର ବସିବା ପରେ ସେ ତାଙ୍କ ଶ୍ରମିକମାନଙ୍କୁ ତାଙ୍କ ଉପରେ ଅଳିଆ ପକାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇ ବିଧାୟକ କହିଛନ୍ତି, “କଣ୍ଟ୍ରାକ୍ଟର ତାଙ୍କ କାମ ଠିକ୍ ଭାବେ କରି ନ ଥିବାରୁ ସେ ଏହିଭଳି ପଦକ୍ଷେପ ନେଇଛନ୍ତି । ରାସ୍ତାରେ ପାଣି ପ୍ରବାହିତ ହେଉଥିବାରୁ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୁଁ ତାଙ୍କୁ ଅନେକ ଦିନ ହେଲା ପାଣି ସମସ୍ୟାର ସମାଧାନ ପାଇଁ କହୁଥିଲେ କିନ୍ତୁ ସେ ଏବେ ଯାଏଁ ବି କରିନାହାନ୍ତି । “

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!