45

ବନ୍ଧୁକଧାରି ଯୁବକଙ୍କ କବଜାରେ ପରିବାର, ଉଦ୍ଧାର ପାଇଁ ପୁଲିସର ଉଦ୍ୟମ

ବଲାଙ୍ଗୀର,୧୫।୬ : ଘରେ ପଶିଛି ବନ୍ଧୁକଧାରି ଯୁବକ । ଯାହାକୁ ନେଇ ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ ଖେଳିଯାଇଛି । ବଲାଙ୍ଗୀର ସହର ଶାନ୍ତିପଡାରେ ମଦନ ମୋହନ ହୋତାଙ୍କ ଘରେ ଜଣେ ବନ୍ଧୁଙ୍କ ଧାରି ଯୁବକ ପଶିଛି । ଅନ୍ୟ ଏକ କୋଠରୀରେ ପରିବାରର ସ୍ବାମୀ, ସ୍ତ୍ରୀ ଓ ୧୫ ବର୍ଷର ପୁଅ ବନ୍ଦୀ ହୋଇ ଅଛନ୍ତି । ଘର ବାହାରେ ପୁଲିସ ଘେରି ଉଦ୍ଧାର ପାଇଁ ୨ ଘଣ୍ଟା ହେଲା ଉଦ୍ୟମ ଚଳାଇଛି ।ଘଟଣାଟି ଏମିତି, ଜଣେ ଯୁବକ ଏକ ବାଇକରେ ଆସି ଶାନ୍ତିପଡାର ମଦନ ମୋହନ ହୋତାଙ୍କ ପରିବାରକୁ ବନ୍ଧୁକ ଦେଖାଇ ଧମକଚମକ ଦେଉଥିବା ବେଳେ କୌଶଳ କ୍ରମେ ପରିବାର ଲୋକେ କବାଟ ଦେଇ ଏକ କୋଠରୀରେ ବନ୍ଦ ହୋଇଯାଇଲେ । ଏହି ସମୟରେ ପରିବାରର ଅନ୍ୟଜଣେ ବାହାରୁ ଆସି ବାହାରପଟୁ ଅବାଟ ଦେଇ ଦେଇଥିଲେ । ଫଳରେ ଘର ପୋଟିକରେ ବନ୍ଧୁକଧାରି ଯୁବକ ଜଣକ ବନ୍ଦ ହୋଇ ରହିଛନ୍ତି । ଯୁବକଙ୍କୁ କାବୁ କରିବା ସହ ପରିବାରକୁ ଉଦ୍ଧାର ପାଇଁ ପୁଲିସ ଘରକୁ ଘେରାବନ୍ଦି କରି ଉଦ୍ୟମ ଚଳାଇଛି । ଯୁବକଙ୍କ ସମ୍ପର୍କରେ ପୁଲିସ କିଛି କହୁନଥିବା ବେଳେ ତାଙ୍କ ଭାଇ ଓ ମାଙ୍କୁ ଡକାଇ ବୁଝାସୁଝା ଚଳାଇଛି । ହେଲେ ତାହା ସଫଳ ହେଉନଥିବାରୁ ପୁଲିସ ବୁଲେଟ ପ୍ରୁଫ ଜାକେଟ ସହ ଅପରେଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ତେବେ କେଉଁ କାରଣରୁ ସେ ବନ୍ଧୁ ଧରି ଆସିଥିଲେ ତାହା କିଛି ଜଣାପଡିନାହିଁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!