116

ଶ୍ରୀଜଗନ୍ନାଥ ମନ୍ଦିର, ପୁରୀକୁ ଖିମ୍‌ଜୀ ଫାଉଣ୍ଡେସନ ପକ୍ଷରୁ ଆମ୍ବୁଲାନ୍ସ ପ୍ରଦାନ

ଭୁବନେଶ୍ୱର,୧୬ା୬,(ଓଡ଼ିଆନ୍ ମିଡ଼ିଆ): ଶ୍ରୀଜଗନ୍ନାଥ ମନ୍ଦିର,ପ୍ରଶାସନ ପୁରୀକୁ ବୁଧବାର ଓଡ଼ିଶାର ପ୍ରତିଷ୍ଠିତ ସୁନାଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଫାଉଣ୍ଡେସନ, ଭୁବନେଶ୍ୱର ପକ୍ଷରୁ ଏକ ଅତ୍ୟାଧୁନିକ ସେବା ଉପଲବ୍ଧ ବ୍ୟବସ୍ଥା ରହିଥିବା ଏକ ଆମ୍ବୁଲାନ୍ସକୁ ପ୍ରଦାନ କରାଯାଇଛି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ଉତ୍ସବରେ ଖିମ୍‌ଜୀ ଫାଉଣ୍ଡେସନର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ ଆମ୍ବୁଲାନ୍ସର ଚାବିକୁ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ କିଷ୍ଣନ୍ କୁମାରଙ୍କୁ ପ୍ରଦାନ କରିଥିଲେ । ପୁରୀ ଜିଲାପାଳ ସମର୍ଥ ବର୍ମା ଉପସ୍ଥିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଖିମ୍‌ଜୀ ଫାଉଣ୍ଡେସନର ସଦସ୍ୟ ଏବଂ ସେବାୟତମାନେ ମଧ୍ୟ ଉପସ୍ଥିତ ରହିଥିଲେ । ପ୍ରକାଶଥାଉକି ଖିମ୍‌ଜୀ ଫାଉଣ୍ଡେସନ କେବଳ ବ୍ୟବସାୟିକ କାରବାର ଛଡ଼ା ଓଡ଼ିଶାର ଜନଜୀବନରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଇ ସେବା ଆଉ ସହଯୋଗର ହାତବଢ଼ାଇ ଚାଲିଛି । ଏଦିଗରେ ଖିମ୍‌ଜୀ ଫାଉଣ୍ଡେସନ, ଭୁବନେଶ୍ୱର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀଙ୍କ କାର୍ଯ୍ୟ ପ୍ରଶଂସନୀୟ । କରୋନା ମହାମାରୀ ସମୟରେ ଜଗନ୍ନାଥ ଧାମକୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ଯୋଗାଇ ଦେଇଥିବାରୁ ନିର୍ଦ୍ଦେଶକ ମିତେଶ ଖିମ୍‌ଜୀଙ୍କୁ ସାଧାରଣରେ ସାଧୁବାଦ ଜ୍ଞାପନ କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!