70

କରୋନା ସଙ୍କଟ କାଳରେ ସ୍ୱିସ୍ ବ୍ୟାଙ୍କରେ ବଢ଼ିଲା ଭାରତୀୟଙ୍କ ସମ୍ପତ୍ତି

ନୂଆଦିଲ୍ଲୀ ୧୮/୬:କରୋନା  ସଙ୍କଟ  କାଳରେ ସ୍ୱିସ୍  ବ୍ୟାଙ୍କରେ  ବଢ଼ିଲା  ଭାରତୀୟଙ୍କ  ସମ୍ପତ୍ତି । ମହାମାରୀର  ପ୍ରାରମ୍ଭିକ ବର୍ଷରେ ସ୍ୱିଜରଲାଣ୍ଡର ବିଭିନ୍ନ ବ୍ୟାଙ୍କରେ ଭାରତୀୟ ଲୋକଙ୍କ ଦ୍ୱାରା ଜମା ହୋଇଥିବା ରାଶିରେ ବୃଦ୍ଧି ପାଇଛି । ୨୦୨୦ରେ ଭାରତୀୟଙ୍କ ଜମା ରାଶି ବୃଦ୍ଧି ପାଇ ୨.୫୫ ଆରବ ସ୍ୱିସ୍ ଫ୍ରାଙ୍କ୍‌ ରେ ପହଞ୍ଚି ଯାଇଛି,ଯାହା ବିଗତ ୧୩ ବର୍ଷରେ ସର୍ବାଧିକ ରେକର୍ଡ଼ କରିଛି । ସ୍ୱିଜରଲ୍ୟାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ବାର୍ଷିକ ତଥ୍ୟରୁ ଏହି ସୂଚନା ମିଳିଛି । ୨୦୧୯ରେ ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ରାଶି ୬.୬୨୫ କୋଟି ଟଙ୍କା ଥିଲା । ଅର୍ଥାତ୍ ମାତ୍ର ଏକ ବର୍ଷ ମଧ୍ୟରେ ଜମା ରାଶି ତିନି ଗୁଣା ବୃଦ୍ଧି ପାଇଛି । ଗୁରୁବାର ଦିନ ସ୍ୱିଜରଲ୍ୟାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ବାର୍ଷିକ ତଥ୍ୟରୁ ଏହି ସୂଚନା ମିଳିଛି । ଏହି ପାଣ୍ଠି ଭାରତର ଶାଖା ଏବଂ ଅନ୍ୟାନ୍ୟ ଆର୍ଥିକ ପ୍ରତିଷ୍ଠାନ ମାଧ୍ୟମରେ ସ୍ୱିସ୍ ବ୍ୟାଙ୍କଗୁଡିକରେ ରଖାଯାଏ । ୨୦୧୯ ଶେଷରେ ସ୍ୱିସ୍ ବ୍ୟାଙ୍କଗୁଡିକରେ ଭାରତୀୟ ଗ୍ରାହକଙ୍କ ମୋଟ କର୍ପସ୍ ୮୯.୯ କୋଟି ସ୍ୱିସ୍ ଫ୍ରାଙ୍କ୍ (୬.୬୨୫ କୋଟି ) ଥିଲା । ୨୦୨୦ ରେ ଏହା ୨.୫୫ ବିଲିୟନ ସ୍ୱିସ୍ ଫ୍ରାଙ୍କକୁ ବୃଦ୍ଧି ପାଇଛି । ଏହା ପୂର୍ବରୁ ଏହା କ୍ରମାଗତ ଦୁଇ ବର୍ଷ ପାଇଁ ହ୍ରାସ ପାଇଛି । ୧୩ ବର୍ଷ ମଧ୍ୟରେ ସର୍ବଶେଷ ସଂଖ୍ୟା ସର୍ବାଧିକ । ସ୍ୱିସ୍ ନାସନାଲ ବ୍ୟାଙ୍କ (SNB) ର ତଥ୍ୟ ଅନୁଯାୟୀ ୨୦୦୬ରେ ଏହା ପ୍ରାୟ ୬.୫ ବିଲିୟନ ସ୍ୱିସ୍ ଫ୍ରାଙ୍କ ରେକର୍ଡ ସ୍ତରରେ ଥିଲା । ଏହା ପରେ ୨୦୧୧, ୨୦୧୩ ଏବଂ ୨୦୧୭ ବ୍ୟତୀତ ଏହା ହ୍ରାସ ପାଇଥିଲା । ୨୦୨୦ ଶେଷରେ ଭାରତୀୟ ଗ୍ରାହକଙ୍କ ଉପରେ ସ୍ୱିସ୍ ବ୍ୟାଙ୍କଗୁଡିକର ମୋଟ ହିସାବ ହେଉଛି ୨୫୫.୪୭ କୋଟି CHF (ସ୍ୱିସ୍ ଫ୍ରାଙ୍କ) । ଗ୍ରାହକଙ୍କ ଜମା ହିସାବରେ ଏଥିରେ ୫୦.୯ କୋଟି ସ୍ୱିସ୍ ଫ୍ରାଙ୍କ (୪,୦୦୦ କୋଟିରୁ ଅଧିକ) ରହିଛି । ଏଥି ସହିତ ୩୮୩ କୋଟି ସ୍ୱିସ୍ ଫ୍ରାଙ୍କ (୩,୧୦୦କୋଟିରୁ ଅଧିକ) ଅନ୍ୟ ବ୍ୟାଙ୍କ ମାଧ୍ୟମରେ ରଖାଯାଇଛି । ୨୦ ଲକ୍ଷ ସ୍ୱିସ୍ ଫ୍ରାଙ୍କ୍ (୧୬.୫ କୋଟି ଟଙ୍କା) ହୋଇଥିବାବେଳେ ସର୍ବାଧିକ ୧୬୬.୪୮କୋଟି ସ୍ୱିସ୍ ଫ୍ରାଙ୍କ୍ (ପ୍ରାୟ ୧୩,୫୦୦ କୋଟି) ବଣ୍ଡ, ସିକ୍ୟୁରିଟି ଏବଂ ଅନ୍ୟାନ୍ୟ ଆର୍ଥିକ ଉତ୍ପାଦ ଆକାରରେ ଟ୍ରଷ୍ଟ ମାଧ୍ୟମରେ ରଖାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!